• ପ୍ରଣୟ ଛନ୍ଦରେ ବାନ୍ଧି ଦେଲ ବନ୍ଧୁ ଫୁଟାଇ ପ୍ରୀତି ର ଫୁଲ
• ନିଥର ମରୁରେ ପ୍ରେମ ମନ୍ଦାକିନୀ ହୋଇ ସହୀ ଜଡିଗଲ
• ବହଳ ଅନ୍ଧାର ଗହଳ ରାତିରେ ପ୍ରେମ ଦୀପ ଜାଳି ଦେଲ
• ସହୀ ଏମିତି କେମିତି କଲ
• ପତ୍ରଝଡା ବୃକ୍ଷ ଡାଳେ ଫୁଲ ହୋଇ ହସି ହସି ଝରିଗଲ ।।
•
• ନିଦାଘେ ବନାନୀ ଜ୍ଵଳନ ସମାନ ଜଳୁଥିବା ବେଳେ, ଜଳ
• ସିଞ୍ଚନ କରିଲ, ସ୍ନେହ ବାରିଧାରା ପ୍ରୀତିରେ ଭିଜାଇ ଦେଲ
• ମୋ ମନ ମନ୍ଦିରେ ପୁଜିରିଣୀ ସାଜି ସଜାଇଲ ପ୍ରୀତି ଫୁଲ
• ସହୀ ଏମିତି କେମିତି କଲ
• ବାଟ ଓଗାଳିଲ ଅଜଣା ଆଦରେ ପ୍ରୀତି ହାଟେ ନେଇଗଲ ।।
•
• ଅନ୍ଧାର ଆକାଶେ ତାରା ଫୁଲ ବୁଣେ ଜହ୍ନ ର ରୂପା ଚାଦର
• ସରାଗେ ସୁହାଗେ ସୁହାସିନ ବାଳା କେତେ ରଙ୍ଗେ କରୁ କୋଳ
• ଏ ମନ ମୟୂର ଚନ୍ଦ୍ରିକା ତୋଳି ନାଚେ ପ୍ରେମେ ହୋଇ ଭୋଳ
• ସହୀ ଏମିତି କେମିତି କଲ
• ସତେକି କିମିଆଁ ମୋହନୀ ଲଗାଇ ଦୁନିଆଁ ଭୁଲେଇ ଦେଲ ।।
•
• ମନ ଆକାଶରେ ସାତରଙ୍ଗ ବୁଣି ମୋତେ ତ ରଙ୍ଗାଇ ଦେଲ
• ପ୍ରେମ ସୁଧା ସର ସରଜି ତା କୂଳ ତଟେ ନେଇ ବସାଇଲ
• ଆନନ୍ଦେ,ଉଲ୍ଲାସେ,ତୋ ପ୍ରେମରେ ସଖୀ ହୋଇଗଲି ମୁଁ ବିହ୍ଵଳ
• ସହୀ ଏମିତି କେମିତି କଲ
• ଅଧାବାଟେ ମୋତେ ଏକା ଛାଡ଼ି ଦେଇ କେମିତି ବା ଭୁଲିଗଲ ।।
•
• ଏତେ ଯେ କପଟ ସେ ମିଛ ପ୍ରେମରେ କିପାଇଁ ହଟ ରଚିଲ
• କୁହୁକିନୀ ମାୟା କାମନା ଜ୍ଵାଳାର ପ୍ରଦାହେ ଆହୁତି ଦେଲ
• ନାରୀ ମାୟା ନାରାୟଣେ ଅଗୋଚର ଛାର ମୁଁ ମାତର ନର
• ସହୀ ଏମିତି କେମିତି କଲ
• ମୋ ସାରା ଦୁନିଆଁ ଭୁଲାଇ ଶେଷରେ କୁହ କିଆଁ ଭୁଲିଗଲ ।।
0 Comments
You can write now your valuable comments here. Off-topic comments may be removed or deleted without prior notice.