
• ମଳୟ ଅନିଳ ହାତେ
• ବସନ୍ତ ବିଳାସି ଚଇତାଳି ଚୁତ
• ଡାଳେ ପରଭୃତ ଗୀତେ ।।
•
• ଘନ କିଶଳୟ ବନ ଶୋଭା ଲୋଭା
• ଆହାକେଡେ ମନୋହର
• ଏକାଳେ ବାସନ୍ତୀ ବାସନ୍ତୀକା ରୂପେ
• ମଣ୍ଡିଲେଣି ଭୂମଣ୍ଡଳ ।।
•
• କୃଷ୍ଣଚୁଡା,ଚମ୍ପା, ମୁଚୁକୁନ୍ଦ, ମଲ୍ଲୀ
• ନାଗେଶ୍ଵର,ଛୁରିଅନା
• ବାସ ଚହଟା ଏ ଚଇତି ପରବ
• ନବଦୁର୍ଗା ଉପାସନା ।।
•
• ମହାମାୟୀ ମହା ମହିଷ ମର୍ଦ୍ଦିନୀ
• କରନ୍ତି ଅବଲୋକନ
• ଅବତରି ଧରା ମଣ୍ଡନ କରନ୍ତି
• କରିବେ ଦୁଷ୍ଟ ଦଳନ ।।
•
• ପବନ ତନୁଜ ରାମ ପଦାମ୍ବୁଜ
• ସେବକ ସେ ବୀର ହନୁ
• ଅବତରି ଥିଲେ ତ୍ରେତୟା ଯୁଗରେ
• ଅମର ସେ ସେହି ଦିନୁ ।।
•
• ଶିବ ଉପାସନା ଦଣ୍ଡ ପରବରେ
• ମଣିଆ ମା,ର ପୁଜା
• ହିନ୍ଦୁ ନବବର୍ଷ ଏମହା ପରବ
• ପାଳନ୍ତି ସକଳ ପ୍ରଜା ।।
•
• ରାମ ନବମୀ ରେ ରାମଜନ୍ମ ଲଗ୍ନ
• ପାଳି,କରି ଘରେ ଘରେ
• ଆଜିର ମାନବ ରାମରାଜ୍ୟ ଖୋଜେ
• ସେତ ସପନର ଅନ୍ତରାଳେ ।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.