Ad

header ads

ସାନ୍ତାଳ ଜାତି ଅଗ୍ରଦୂତ ପଣ୍ଡିତ ରଘୁନାଥ - ହରିଶ୍ଚନ୍ଦ୍ର ହୋତା

ଦୁର୍ଦ୍ଦିନର ତମସା ତୀରେ,
ଜାତିର ବୁକେ ଆଲୋକଧାରେ,
ଫୁଟାଇ ଯେହୁ ବିନାଶେ ତମ
ଦେଖାଇ ତାରେ ପଥ,
ସାନ୍ତାଳ ଜାତି ଅଗ୍ରଦୂତ ପଣ୍ଡିତ ରଘୁନାଥ ll

ଘରେ ବାହାରେ, ସମାଜ ପରେ
ସେବାୟତନ ଶିକ୍ଷାସଂସ୍ଥାରେ,
ଛୁଆଁ ଅଛୁଆଁ ପ୍ରାଚୀର ଭେଦି
ଦୁର୍ଜୟ ଯା'ଶପଥ
ସାନ୍ତାଳ ଜାତି ଅଗ୍ରଦୂତ ପଣ୍ଡିତ ରଘୁନାଥ ll

ଶିକ୍ଷକରୁ ସ୍ରଷ୍ଟା ସାଜି
ମନରେ ବାନ୍ଧି ତୀକ୍ଷଣ ବାଜି,
ସୃଜିଲେ ସେହୁ ଅଲଚିକି ଲିପି
ପୁରିଲା ମନୋରଥ,
ସାନ୍ତାଳ ଜାତି ଅଗ୍ରଦୂତ ପଣ୍ଡିତ ରଘୁନାଥ ll

ଲେଖିଲେ ବହୁ ଗଳ୍ପକବିତା
ଉପନ୍ୟାସ ଓ ନାଟକ କଥା,
ଅଲଚିକି ଲିପି ସଂଜୀବନୀରେ
ପରଶି ନିଜ ହାତ,
ସାନ୍ତାଳ ଜାତି ଅଗ୍ରଦୂତ ପଣ୍ଡିତ ରଘୁନାଥ ll

ଜାତିର ମୁଖେ ଚେତନା ଭରି
ସୃଜିଲେ ଯେଉଁ ସାହିତ୍ୟତରୀ,
ଜଗତ ଆଜି ଗାଉଛି ତା'ର
ଶୁଭ ବନ୍ଦନା ଗୀତ,
ସାନ୍ତାଳ ଜାତି ଅଗ୍ରଦୂତ ପଣ୍ଡିତ ରଘୁନାଥ ll

ମୟୁରଭଞ୍ଜ ଦାଣ୍ଡବୋଷର
ଜନମମାଟି ଶ୍ରୀହୀନ ଛାର,
ହରାଇ ସେହି କରମବୀରେ
ଚାହିଁଛି ତାଙ୍କ ପଥ,
ସାନ୍ତାଳ ଜାତି ଅଗ୍ରଦୂତ ପଣ୍ଡିତ ରଘୁନାଥ ll

               ହରିଶ୍ଚନ୍ଦ୍ର ହୋତା,ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ,
               ମୂଷାବଣି ସରକାରୀ ଉପ୍ରା. ବିଦ୍ୟାଳୟ, ଭାଲୁବସା,
               ରାଇରଙ୍ଗପୁର, ମୟୁରଭଞ୍ଜ
               ଦୂରଭାଷ:-9438745662 

Post a Comment

0 Comments