
ହାତରେ ମୋ କମଣ୍ଡଳୁ
ଜଟାଜୁଟ ଆଜାନୁ ଲମ୍ବିତ, ଉଷ୍ମ ତୃଷ୍ଣା ରହି ରହି ଜାଗେ
ଜୀବନଟା ଲାଗେ ମୃତବତ୍,
ତୁମ ର ସେ ଶବ ପାଇଁ
ଅପେକ୍ଷା ମୋ ନିର୍ବାଣ ଉପେକ୍ଷି
ଘରଛଡା ଅଘୋରୀ ମୁଁ ଭସ୍ମ ବିଭୁଷିତ,
ଅତୀତର ଛାତିଚିରି
ସେଇଦିନୁ ତନ୍ନ ତନ୍ନ କରି
ନିରେଖି ଦେଖୁଛି ବସି
ଯେଉଁଦିନୁ ହୋଇଥିଲି
ତୁମ ଦ୍ୱାରା ନଗ୍ନ ବିଶ୍ଲେଷିତ …।।
Writer's Details: ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
Content Category:
Submission Date: Apr 17, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.