ଜାତି ପ୍ରୀତି ଖାଲି ନୁହେଁ ସାହିତ୍ୟ ରେ
ଭାଷାର ମମତା ରଖ,
ପର ଅନୁଗାମୀ ନହୋଇ ମନରେ
ନିଜ ପଥେ ଚାଲି ଶିଖ.
ସାହିତ୍ୟ ସାଧନା ସଭିଏଁ କରିବା
ପ୍ରଶଂସା ଗର୍ବ ନ କର,
ମାନପତ୍ରେ କିବା କବିତ୍ଵ ସାର୍ଥକ
ମନୁ ମାନ ଦୁରକର.
ସମୀକ୍ଷା ଚେତନ ଚୈତନ୍ୟୁ ସ୍ଖଳିତ
ସର୍ବଦା ଚେଷ୍ଟିତ ଫଳ,
ସମୀକ୍ଷକ ସର୍ବେ ଏ ପାପ ଚିନ୍ତନ
ମନ ମଧ୍ୟେ ହଳାହଳ.
କେତେ ବା ଦେଖିବେ, କେତେକ ପଢ଼ିବେ
କେତେ ମୁହଁ ମୋଡ଼ୁଥିବେ,
ସାହିତ୍ୟ ର ପାଇଁ ବାଦ କଲା ଲୋକ
ମନେ ମନେ କାନ୍ଦୁଥିବେ.
ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ, କୋରାପୁଟ
9124049129
0 Comments
You can write now your valuable comments here. Off-topic comments may be removed or deleted without prior notice.