ଆମ ଭୁସମ୍ପଦ ଲୁଟି କଲ ଅବିଚାର
ପରିବାର ଛାଡିଆମେ ବୁଲୁ ବାରଦ୍ୱାର।
ତୁମେ ବାତାନୁକୁଳିତ ଘରେ ଥାଅ ରହି
ଆମେ ତ୍ରାହି କରୁ ଝାଟି ମାଟି ଘରେ ଥାଇ।।
ବର୍ଷା ଦିନେ ପାଲ ଖୋଜୁ ଖରାଦିନେ ପାଣି
କେମିତି କହିବୁ କୁହ ଆମ ଏ କାହାଣୀ।
ତୁମେ କେବେ ଆସି ଦେଖ ଆମ ଏ ଦୁର୍ଦଶା
ଅନ୍ଧାରେ ଆଲୋକ ଖୋଜୁ ନିରାଶାରେ ଆଶା।
ତୁମେ ବାବୁ ଲୋକ ସବୁ ଆରାମରେ ଥାଅ
ଜନତାଙ୍କୁ ମିଛ କହି ଭକୁଆ ବନାଅ।
ଆମରି ଦୟାରୁ ଯେଉଁ ସୁଖ ଲଭୁ ଥାଅ
ପଡିବରେ ତୁମପରେ ଜନତାର ହାୟ।।
ପାଞ୍ଚ ବର୍ଷେ ଥରେ ହୁଏ ତୁମ ଆଗମନ
ଡାହା ମିଛ କହି ଆଜ୍ଞା ଜିଣ ଜନମନ।
ଆମ କଥା ଶୁଣିବାକୁ ସମୟ ବା କାହିଁ?
କେତେ ଲୁଟିବ କୁହରେ ଗାଦିଭାରେ ଥାଇ।।
ତୁମ ହୃଦୟଟା କିବା ପ୍ରସ୍ତର ନିର୍ମିତ
ଚିତ୍କାର ଶୁଣି ବି କେବେ ହୁଅନି ବ୍ୟଥିତ।
ସାବଧାନ ହୁଅ ଆଜ୍ଞା ସାବଧାନ ହୁଅ
କୋପିତ ହେଲେ ଜନତା କି କରିବ କୁହ?
0 Comments
You can write now your valuable comments here. Off-topic comments may be removed or deleted without prior notice.