
ପିଲାବେଳୁ ଖଡ଼ି, ସିଲଟ ଓ "ବହି", 📚
ଆଜି ତାକୁ ଦେଖି ଅଳିଆ ଭାବୁଛି
ସତେ କି ଆଉ ମୋ ଆଦର ନାହିଁ.
ପରିବାର ମୁଖୁ ଶୁଣିଥିଲି ଖାଲି
ପଢ଼ି ଶିଖିଥିଲି "ବହି"ରୁ ଯାହା,
ସେହି "ବହି" ପଢ଼ି ବଡ଼ ଲୋକ ହେଲି
ଆଜି ହତାଦର କରିବି କିଆଁ.
ଯେଉଁଥିରୁ ମୋର ଚେତନା ଜାଗ୍ରତ
ଚିହ୍ନିଲି ଜଗତ ଗୁରୁ ନିକଟେ,
ଚାଟଶାଳା ଗଲି "ଚାଟଶାଳୀ" ଧରି
ଚାଟସଭା ମଧ୍ଯେ ବିଦ୍ୟା ପ୍ରକୋଷ୍ଠେ.
ଅକ୍ଷର ହିଁ ବ୍ରହ୍ମ, ବ୍ରହ୍ମ ରୁ ଅକ୍ଷର
ଦୁହେଁ ମିଶି ବ୍ରହ୍ମନାଦ, ଓଁକାର,
ଗଣିତ, ବିଜ୍ଞାନ, ଭୂତତ୍ତ୍ବ, ସାହିତ୍ୟ,
ଗତ(ଇତିହାସ),ଆର୍ଥିକ,ସଂସ୍କୃତ,ସଂସ୍କାର.
ତୀମିର ମଧ୍ୟରୁ ଆଲୋକର ସତ୍ତା
ଜଳ ରୁ ଅନଳ ସୃଷ୍ଟି ଚେତନା,
ସେଇ "ବହି" ଦେହେ "ଅ" ଠାରୁ "ଲ"
ଅନ୍ତଃ ରୁ ଅନନ୍ତ ଥିଲା ନମୁନା.
ନିର୍ବେଦ ରୁ ବେଦ, ସ୍ୱର ଓ ଶବଦ,
ଛନ୍ଦ,ରୁଦ୍ଧ,ପଦ,ବାକ୍ଯ,ବିନ୍ୟାସ,
ଯୋଗ, ଯୁଗ୍ମ, ଜିଜ୍ଞାସା ର ସୂତ୍ର, ଶୀର୍ଷ,
ମୋକ୍ଷ, ନିର୍ବାଣ, ର ସଜ୍ଞା ବିଶେଷ.
ଭେଦ, ଭାବ, ଭକ୍ତି, ରସ, ରସାୟନ,
ରହସ୍ୟ, ତାତ୍ପର୍ଯ୍ୟ, ଗୁଢ଼ ଓ ଗୌଣ,
ପ୍ରେମ, ପ୍ରୀତି, ପ୍ରଣୟନ, ସୁଧାମୃତ,
ଯେଉଁ "ବହି" ଦେହେ ବିଦ୍ୟମାନ.
ଏଡ଼େ ଗୁଣାତ୍ମକ ଏତେ ଦାନ ତାର
ମହନୀୟ ମହି ମଣ୍ଡଳ ମଧ୍ଯେ,
ସେହି "ବହି" 📚 ମୋର ଚୀର ନମସ୍ୟ ଓ
ତାର ସୃଷ୍ଟିକର୍ତ୍ତା ପଦେ ମୁଁ ବନ୍ଦେ.🙏
ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ, କୋରାପୁଟ
9124049129
0 Comments
You can write now your valuable comments here. Off-topic comments may be removed or deleted without prior notice.