
ମୋ ମନରେ ସୃଷ୍ଟି କରୁଥିଲା
ଆତ୍ମବିଶ୍ୱାସର ଅଫୁରନ୍ତ ଉନ୍ମାଦନା,
ତୁମର ଟିକିଏ ନାଁ
ମୋ ହୃଦୟକୁ ବୁଡାଇ ମାରୁଥିଲା
ହତାଶାର ଲବଣାକ୍ତ ସାଗରରେ,
ସେଦିନ ସିନା ଅଧାବାଟରେ
ଛାଡ଼ିଦେଇ ମୋତେ ଚାଲିଗଲ....
ଜାଣିଛ.....???
ତୁମ ବିନା ମୁଁ ପାଲଟିଗଲି...
ଶାରୀରିକ ବିକଳାଙ୍ଗ ତ
ମାନସିକ ଅନଗ୍ରସର।।
ତୁମର ଚେନାଏ ହସ,କୁନି କୁନି ପ୍ରଶଂସା
ଉତ୍ସାହର ପେଡି ଖୋଲି
ଦେଉଥିଲା ସଫଳତାର ସଜ ପରଶ,
ଅଳପ ଟିକିଏ ଅଣଦେଖା,ସମାଲୋଚନା
ବିଫଳତାର ହଲାହଳ ଦେଇ
କରୁଥିଲା ନିଃସଙ୍ଗ ଅନାଥ,
ତୁମେ କଣ ଜାଣିନ ..???
ତୁମ ବିନା ମୁଁ କ୍ଷତାକ୍ତ,ମୁମୂର୍ଷୁ ଓ ମୃତ,
ତେବେ ଆସ ........
ମୋ ହାତଧରି ଶିଖଅ ଚଢା
ଜିଗୀଷାର ହିମାଳୟ
ତୋଳି ଧାରାଅ ଅଭୀପ୍ସାର ସଜ ପାରିଜାତ,
ଆଉ ଧୀରେ ଧୀରେ କୁହ...
ଏ....ରାଗିଛ କି....???
ମୁଁ ପରା ତୁମ ମନ ପ୍ରାଣ..
ଆଉ ଆତ୍ମାର....ପ୍ରେରଣା।
ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର
0 Comments
You can write now your valuable comments here. Off-topic comments may be removed or deleted without prior notice.