
• ଅଭୟା ଅଭୟ ପଣତ କାନି ରେ ମା'ମୋ ସଂସାର ଘୋଡେ଼ଇ ଦେ
• ଏଇ ଘରେ ଶୁଭ ଦୃଷ୍ଟି ରେ ତୋ ଶାନ୍ତି ମଳୟ ବୁହାଇ ଦେ ।।
• ମୋ ସ୍ଵଜନ,ଜନ,ଆତ୍ମଜ,ଅନୁଜ ଦିର୍ଘାୟୁ ତୁ କରିଦେ
• ସବୁରି ମନକୁ ପ୍ରେମ ଗୀତ ସୁର ରଙ୍ଗରେ ରଙ୍ଗେଇ ଦେ
• ପରଷ୍ପର ସ୍ନେହ ଥାଉ ନିରନ୍ତର ସୈାର୍ଯ୍ୟ,ସୈାଭାଗ୍ୟ ଦେ ।।
• ସୁଖ ଅଇସୈର୍ଯ୍ୟ ଲୁହଝରା ଦୁଃଖ କେବେହସେ କେବେକାନ୍ଦେ
• ମା'ଲୋ ଭରଷା କରିଛି ଅଭାଗା ନେ ମା' କୋଳେଇ ନେ
• ନକରତୁ ଛଳ ଅବୋଧ ଶିଶୁ ତୋ ଜ୍ଞାନାଞ୍ଜନେ ରଞ୍ଜି ଦେ ।।
•
• ଶୂନ୍ୟେ,ବାଦଲରେ ଝଡ ପବନରେ ବାଇଆ ବସା ମୋ ଝୁଲେ
• ସହା ଭରସା ତୁ ମୋଟିକି ବୋଇତ ନେ ମା' ଚଲେଇ ନେ
• ଲୋଡା ନାହିଁ କିଛି ଦେବୁ ଯାହା ମାତା ତୋ ଇଚ୍ଛା ରେ ଦେଇ ଦେ ।।
• ତୋ ବିଜୟ ବୈଜୟନ୍ତି ଅବିରତ ଉଡେ ପା' ବିଶ୍ଵ ଭୂବନେ
• ମୋ ତେଲୁଣୀ ପୋକର ସଂସାର କୁ ଦେବୀ ସମର୍ପିଲି ପାଦ ପଦ୍ମେ
• ହେଉ ମହିୟାନ ଏ ବିଶ୍ଵ ଭୂବନ (ମୋ ଘରକୁ) ତୁ ବଇକୁଣ୍ଠ କରିଦେ ।।
0 Comments
You can write now your valuable comments here. Off-topic comments may be removed or deleted without prior notice.