
ସୃଷ୍ଟିର ଜଟିଳ ଅଙ୍କ ,
ଋତୁଚକ୍ର କ୍ରମେ ଆସେ ରୌଦ୍ରତାପେ
ପ୍ରଚଣ୍ଡ ତା' ବିଶେଷାଙ୍କ ! !
ମହାମାନ୍ୟ ସୂର୍ଯ୍ୟ ମୂଳସୁତ୍ର ଧର
ନିଦାଘ ତା' ପରିଚୟ ,
ଧରିତ୍ରୀ ବକ୍ଷରେ ବିନା ସଂକୋଚ ରେ
ଢାଳେ ତା'ବହ୍ନି ଆଗ୍ନେୟ ୲ ୲
ଉତ୍ତପ୍ତ ବିକ୍ଷିପ୍ତ ତୀର୍ଯ୍ୟକ କିରଣ
ସର୍ବ ସ୍ଥାନେ ତାପ କୋପ,
ସହି ହୁଏନାହିଁ କହି ହୁଏ ନାହିଁ
ସତେକି ଏ' ଅଭିଶାପ ! !
ହେଲେବି ନିଷ୍ଠୁର ରୌଦ୍ରର ନିଦାଘ
ମଙ୍ଗଳ ବିଧାନ ମାତେ
ଜଳ ଚକ୍ରେ ବକ୍ରେ ବରଷା ଭିଆଏ
ଅକୁଣ୍ଠିତ ଚିତ୍ତେ ସତେ ! !
ଷଡଋତୁ ମଧ୍ୟେ ପ୍ରଚଣ୍ଡ ଉତ୍ତପ୍ତ
ଗ୍ରୀଷ୍ମ ଉଷ୍ମ କୋଳାହଳ ,
ଦୁଃଖ ପରେ ସୁଖ ଆସେ ନିରନ୍ତର
ନିଦାଘ ହୁଏ ଦୁଃର୍ବଳ ! !
ଧରିତ୍ରୀର ଶୋଭା ଲାଗେ ମନ ଲୋଭା
ନିଦାଘର ସମର୍ପଣ
ବରଷା ସହିତ ସମ୍ପର୍କେ ସଂଶ୍ଳିଷ୍ଠ
ଅଶୁଝା ଏ' ମହାଋଣ
ସଦାନନ୍ଦ ସାହୁ, (କାରା କର୍ମଚାରୀ)
ଧୁରୁଷିଆ, ଆଠଗଡ, କଟକ
0 Comments
You can write now your valuable comments here. Off-topic comments may be removed or deleted without prior notice.