
ସୁରଙ୍କ ମଧ୍ୟରେ ଅସୁର ତୁ ଗୋଟେ
ଲୁଚି ଖାଉଥିଲୁ ସୁଧା ,
ସଂସାର ପାଇଁକି କାଳ ହେବୁ ବୋଲି
ମସ୍ତକ ଛେଦିଲି ସିଧା ।
ଅମର ହେଲେ ତୁ-ପିଇ ପୁଣି ସୁରା,
ଧରାକୁ ନିଶ୍ଚୟ ମଣିବୁଟି ସରା ।
ମତ୍ତଗର୍ବେ ଅନ୍ଧ ହୋଇ ଦିନେ ପରା
ସୃଷ୍ଟିକୁ କରିବୁ ପଦା ।
ସେଇଥିପାଇଁକି ସୁଦର୍ଶନ ପେଶି
କରିଦେଲି ଅଧା ଅଧା ।
ଆଗରୁ ବହୁତ ରହିଅଛି ତଥ୍ୟ ,
କେଉଁଭଳି ତୁମେ କର ଯେ ଉତ୍ପାତ ।
ତୁମ ଆତଙ୍କରେ ତିନିଲୋକ ତ୍ରସ୍ତ
ହୋଇ ଯାଆନ୍ତିଟି ସଦା ।
ସେଇଥିପାଇଁକି ସୁଦର୍ଶନ ପେଶି
କରିଦେଲି ଅଧା ଅଧା ।
ସୁରଙ୍କ ମଧ୍ୟରେ ଅସୁର ତୁ ଗୋଟେ
ଲୁଚି ଖାଉଥିଲୁ ସୁଧା ,
ସଂସାର ପାଇଁକି କାଳ ହେବୁ ବୋଲି
ମସ୍ତକ ଛେଦିଲି ସିଧା ।।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।
0 Comments
You can write now your valuable comments here. Off-topic comments may be removed or deleted without prior notice.