Ad

header ads

କିଛି ରାତି ସ୍ୱପ୍ନ ଚୋରାଏ - ଧର୍ମରାଜ ମହାମଲ୍ଲିକ

ମନ ରେ ଖେଳାଇ ନିଶା
ମନ କୁ କରୁ ଆନ୍ଦୋଳିତ ।।
କି'ଉପାଦାନ ରେ ଗଢା ତୁ ରେ ସ୍ୱପ୍ନ
ରାତିରେ ଉପସ୍ଥିତ ରହି ମନ କୁ କରୁ ଭ୍ରମିତ ।।
ରଜନୀ ର ମଧ୍ୟେ ଆସି
କବାଟ ବାଡେଇ କରୁ ଚିତ୍କାର ।।
କେବେ ଭଲ ତ କେବେ ମନ୍ଦ
ଦର୍ଶନଲବ୍ଧୀ କରାଉ ତୋର ଭିନ୍ନରୂପୀ ଅବତାର ।।
ଗ୍ଳାନି ଜ୍ବାଳା ରେ ଜର୍ଜରିତ ତନୁ କୁ
ଯେବେ ଦିଏ ମୁଁ ବିଶ୍ରାମ
ସେଇ କିଛି ସ୍ୱପ୍ନ ଯିଏ ରାତି ଚୋରାଏ ।।
ସିଏ କ'ଣ ଆଉ ସେ ନିଦ ଫେରଏ ।।

Writer's Details: Dharmaraj Mahamallik, Kusurda, Sohela, Bargarh
Content Category:
Submission Date: Apr 16, 2019

Post a Comment

0 Comments