
ମୋ ଅନେକ ଭାବନା ର ଅନ୍ତ ତୁମେ ,
ମୋ ଅନେକ ଯାତନା ର ସୁଖ ତୁମେ,ମୋ ଅନେକ ଦୁଃଖ ପରେ ହସ ତୁମେ,
ମୋ ହସ ରେ ଲୁହ ରେ ତୁମେ ତୁମେ ।।
ମୋ ସନ୍ଦେହ ର ମୋଚନ ତୁମେ,
ମୋ ବିରହ ର ଔଷଧ ତୁମେ,
ମୋ ବୈରାଗ୍ୟ ର ପୁଣ୍ୟ ତୁମେ,
ମୋ ଜୀବନ ରେ ମୃତ୍ୟୁ ରେ ତୁମେ ତୁମେ ।।
ମୋ ହୃଦୟ ର ନିଶ୍ୱାସ ତୁମେ,
ମୋ ସଂକଳ୍ପ ର ବିଶ୍ୱାସ ତୁମେ,
ମୋ ସ୍ୱାଭିମାନ ର ମାନ ତୁମେ ,
ମୋ ସାଥିରେ ପ୍ରୀତି ରେ ତୁମେ ତୁମେ ।।
ମୋ ପ୍ରଳାପ ର ସଂଳାପ ତୁମେ,
ମୋ କାବ୍ୟ ର ପଦ ତୁମେ ,
ମୋ କାହାଣୀର ସଂକଳନ ତୁମେ,
ମୋ ଗାଥା ରେ କଥାରେ ତୁମେ ତୁମେ ।।
Writer's Details: ସନ୍ତୋଷ କୁମାର ମହାନ୍ତି ,ଗୁଣପୁର, ରାୟଗଡା
Content Category:
Submission Date: Apr 30, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.