
ଭିଡ ଭିତରୁ ଫୁସୁର ଫାସର
ଟୁପଟାପ ଶୁଭେ କାହିଁ ପାଇଁ
କଳଙ୍କ ଲଗାଇ କାହା ମସ୍ତକରେ
ହସ କିବା ଛାତି ଫୁଲାଇ
କଳଙ୍କତ ଅଟେ ଟୀକା କାଳିମାର
ଲାଗିଲେ ସେ ଥରେ ଲିଭଇ ନାହିଁ
ତୁମକୁ ଯା ସତ ମୋ ପାଇଁ ସେ ମିଛ
ଜୀଇଁଥିବା ଯାକେ ଜୀବିତ ଥାଏ
ଉଡା ବଚନର ଅତି ସୁକ୍ଷ୍ମ ପକ୍ଷ
ନିମିଷକେ ଲଙ୍ଘେ ସେ ପାରାବାର
ମନ ପବନ ଘୋଡା ଚଢି ସିଏ
ଚକ୍ଷୁ ପଲକେ କରେ କାୟା ବିସ୍ତାର
କଳଙ୍କ ପିଡିତା ଶରଣ ପଶଇ
ହଜାଇ ନିଜର ସତ୍ତା
ହାରି ଦେବା ପାଇଁ ଦୁର୍ମୂଲ୍ୟ ଜୀବନ
ବାଛେ ମୃତ୍ୟୁର ରାସ୍ତା।
ବିଜ୍ଞାନ ଶିକ୍ଷୟିତ୍ରୀ
ଖାନନଗର,ବାଲେଶ୍ବର
ଟୁପଟାପ ଶୁଭେ କାହିଁ ପାଇଁ
କଳଙ୍କ ଲଗାଇ କାହା ମସ୍ତକରେ
ହସ କିବା ଛାତି ଫୁଲାଇ
କଳଙ୍କତ ଅଟେ ଟୀକା କାଳିମାର
ଲାଗିଲେ ସେ ଥରେ ଲିଭଇ ନାହିଁ
ତୁମକୁ ଯା ସତ ମୋ ପାଇଁ ସେ ମିଛ
ଜୀଇଁଥିବା ଯାକେ ଜୀବିତ ଥାଏ
ଉଡା ବଚନର ଅତି ସୁକ୍ଷ୍ମ ପକ୍ଷ
ନିମିଷକେ ଲଙ୍ଘେ ସେ ପାରାବାର
ମନ ପବନ ଘୋଡା ଚଢି ସିଏ
ଚକ୍ଷୁ ପଲକେ କରେ କାୟା ବିସ୍ତାର
କଳଙ୍କ ପିଡିତା ଶରଣ ପଶଇ
ହଜାଇ ନିଜର ସତ୍ତା
ହାରି ଦେବା ପାଇଁ ଦୁର୍ମୂଲ୍ୟ ଜୀବନ
ବାଛେ ମୃତ୍ୟୁର ରାସ୍ତା।
ବିଜ୍ଞାନ ଶିକ୍ଷୟିତ୍ରୀ
ଖାନନଗର,ବାଲେଶ୍ବର
Sent from my Samsung Galaxy smartphone.
0 Comments
You can write now your valuable comments here. Off-topic comments may be removed or deleted without prior notice.