
• ହସଇ ଶ୍ମଶାନେ ଜୁଇ
• ଜନ୍ମ ମରଣ ସତ୍ୟ, ନିଧାନ
• ନିହିତ କରିଛି ବିହି ।।
•
• କହିହୁଏ ନାହିଁ ମରଣ କି ଜନ୍ମ
• କାହାର କିପରି ହେବ
• ଅସମୟେ ଦୀପ ଲିଭିଯିବ ଘନ
• ଅନ୍ଧକାର ଘୋଟିଯିବ ।।
•
• ଯମ, କାଳ ନାମେ ଦାରୁଣ ଆଘାତ
• ଦିଏ ସହେ ତାହା ନର
• କପାଳେ ବିଧାତା ଲିହି ଅଛିଯାହା
• ଘଟେ ତାହା ନିରନ୍ତର ।।
•
• ସେଫାଳୀ ଫୁଲର ଆୟୁ,ଫୁଟେ ରାତି
• ସକାଳକୁ ଝରିଯାଏ
• ପଦ୍ମପତ୍ରେ ଜଳ ସମାନ ତରଳ
• ଢଳ ଢଳ ହେଉଥାଏ ।।
•
• ଅନିତ୍ୟ ଜୀବନ ଅନିତ୍ୟ ସଂସାର
ରଙ୍ଗମଞ୍ଚେ ଅଭିନୟ
• ଶେଷେ ପ୍ରାଣପକ୍ଷୀ ଉଡିଯିବ ମାୟା
• ସଂସାର ର ଏହି ନ୍ୟାୟ ।।
•
• କିଆଁ ଏତେ ଆଣ୍ଟ କେତେଦିନ ନାଟ
• ପଡି ମିଛ ମାୟା ଜାଲେ
• ଅନ୍ୟାୟ ଅନୀତି ଦୁର୍ନୀତି ସଂପତ୍ତି
• ସାହା ନୋହିବେରେ ତିଳେ ।।
•
• ବେଳ ଥାଉ ଥାଉ ସାବଧାନ ହୁଅ
• ଲଭିବୁ ବୈକୁଣ୍ଠେ ସ୍ଥାନ
• ନହେଲେ ରୈ।ରବ ନର୍କ ଯନ୍ତ୍ରଣା
• ନିରର୍ଥକ ନର ଜନ୍ମ ।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.