
ଛାଡିଗଲା କଳାର ମୁକ ସାଖି
ଆଜିବି ରଖିଛି ଶତ ଶିଳ୍ପିକୁଳ
ସମର୍ପିବାକୁ ଏ ବୀର ଜାତି।
ତ୍ଯାଗର ମୁରତ ଶିଳ୍ପୀକୁଳ
ଧନ୍ଯ ତବ ଜାତି ପ୍ରୀତି
ଧରମା ବଂଶଜ ହେଶିଳ୍ପୀ ଗଣ
ଘେନ ଏଅଧମ ପ୍ରଣତି ।
ଆଜିବି ଅଛି ବାଡି ବରକୋଳି
ହେ ଶିଳ୍ପୀ ହୁଅ ଘର ବାହୁଡା
ଦେଖ ଫେରି ଥରେ ଉତ୍କଳ ନଗରେ
ଘର ଘରେ ଜିଇଁଛି ଉଠିଛି ଧରମା।
ଅକ୍ଷୟ କୀରତି ଉତ୍କଳ କଟକେ
ହୀରା ମୋତି ସମ ଝଟକୁଛି
ନିହାଣମୁନରେ କାରିଗରି ଠାଣେ
ଦିଶିଯାଏ ତାର ରୂପକାନ୍ତି
ମନ୍ଦିର ଗଢିଛ ନଗର ତୋଳିଛ
ଗଢିଛ କେତେ ଯେ ସ୍ବପ୍ନମହଲ
ଉତ୍କଳ ମାତାକୁ ଦେଇ ଭବ୍ୟ ରୂପ
ଜଗତେ ଉଡେଇଛ ବାନା ତୁମର
ଯେତେ ବଖାଣିଲେ ସେ କୀରତିରାଜି
ଲାଗିବ କିଛି ଗଲା ରହି
ଧନ୍ୟ ଧନ୍ୟ ହେ ସପନ ଯାଦୁଗର
ଧନ୍ୟ ତୁମକୁ ଗଢିଛି ବିହି
କେତେ କେ ଲୁଟିଛି କେତେକେ ଭାଙ୍ଗିଛି
ଇତିହାସ ତାର ମୁକ ସାଖି
ଯେତେ ଯେ ଅହନତା ସାଜିଲ ବି
ହଜିଯାଇ ନାହିଁ ସେ ସ୍ବର୍ଗୀୟ କୀରତି।
ବାରଶ ବଢେଇ ସମୁଦ୍ର ଗରଭେ
ଗଢିଥିଲେ କୋଣାରକ ମନ୍ଦିର
ଆଜି ସାରାଜାତି ପରଖି ସେକୀର୍ତ୍ତି
ଶ୍ରେଷ୍ଟତା ଦେଇଛି ବିଶ୍ବ ଦରବାର
ସେ ଜାତିର ପୁଅ ହୋଇ
ଆଜିକିଆଁ ସତେ ଏତେ ଭିରୁ
ତୋ ଜନନୀ ଆଜି ରୋଦନ କରୁଛି
ସେକଥା ମନେ ନ ଭାଳୁ।
ରତ୍ନ ଗର୍ଭା ଏହି ଉତ୍କଳ କଟକେ
ଉଡୁଥିଲା କେତେ କୀର୍ତ୍ତି ବାନା
ଆଜିତୁ ବସ୍ତୁରା ଭୂମିଛଡା ହୋଇ
ଖୋଜିବୁଲୁ ନଗ୍ରେନଗ୍ରେ ଦାନା।
ଫେରିଆ ଥରେ ଦେଖ ନେତ୍ରଭରେ
ସେ ଅକ୍ଷୟ କୀରତି ରାଜି
ହସିବ ଉତ୍କଳ ପୁରିବ ତୋ ପୁର
ଅଭାବ ଅନାଟନ ଯିବ ହଜି।
ଜମ୍ବେଶ୍ବରପୁର,ବାଲେଶ୍ବର
ଦୁରଭାଷ -୯୩୩୭୬୮୧୫୨୪
ଆଜିବି ରଖିଛି ଶତ ଶିଳ୍ପିକୁଳ
ସମର୍ପିବାକୁ ଏ ବୀର ଜାତି।
ତ୍ଯାଗର ମୁରତ ଶିଳ୍ପୀକୁଳ
ଧନ୍ଯ ତବ ଜାତି ପ୍ରୀତି
ଧରମା ବଂଶଜ ହେଶିଳ୍ପୀ ଗଣ
ଘେନ ଏଅଧମ ପ୍ରଣତି ।
ଆଜିବି ଅଛି ବାଡି ବରକୋଳି
ହେ ଶିଳ୍ପୀ ହୁଅ ଘର ବାହୁଡା
ଦେଖ ଫେରି ଥରେ ଉତ୍କଳ ନଗରେ
ଘର ଘରେ ଜିଇଁଛି ଉଠିଛି ଧରମା।
ଅକ୍ଷୟ କୀରତି ଉତ୍କଳ କଟକେ
ହୀରା ମୋତି ସମ ଝଟକୁଛି
ନିହାଣମୁନରେ କାରିଗରି ଠାଣେ
ଦିଶିଯାଏ ତାର ରୂପକାନ୍ତି
ମନ୍ଦିର ଗଢିଛ ନଗର ତୋଳିଛ
ଗଢିଛ କେତେ ଯେ ସ୍ବପ୍ନମହଲ
ଉତ୍କଳ ମାତାକୁ ଦେଇ ଭବ୍ୟ ରୂପ
ଜଗତେ ଉଡେଇଛ ବାନା ତୁମର
ଯେତେ ବଖାଣିଲେ ସେ କୀରତିରାଜି
ଲାଗିବ କିଛି ଗଲା ରହି
ଧନ୍ୟ ଧନ୍ୟ ହେ ସପନ ଯାଦୁଗର
ଧନ୍ୟ ତୁମକୁ ଗଢିଛି ବିହି
କେତେ କେ ଲୁଟିଛି କେତେକେ ଭାଙ୍ଗିଛି
ଇତିହାସ ତାର ମୁକ ସାଖି
ଯେତେ ଯେ ଅହନତା ସାଜିଲ ବି
ହଜିଯାଇ ନାହିଁ ସେ ସ୍ବର୍ଗୀୟ କୀରତି।
ବାରଶ ବଢେଇ ସମୁଦ୍ର ଗରଭେ
ଗଢିଥିଲେ କୋଣାରକ ମନ୍ଦିର
ଆଜି ସାରାଜାତି ପରଖି ସେକୀର୍ତ୍ତି
ଶ୍ରେଷ୍ଟତା ଦେଇଛି ବିଶ୍ବ ଦରବାର
ସେ ଜାତିର ପୁଅ ହୋଇ
ଆଜିକିଆଁ ସତେ ଏତେ ଭିରୁ
ତୋ ଜନନୀ ଆଜି ରୋଦନ କରୁଛି
ସେକଥା ମନେ ନ ଭାଳୁ।
ରତ୍ନ ଗର୍ଭା ଏହି ଉତ୍କଳ କଟକେ
ଉଡୁଥିଲା କେତେ କୀର୍ତ୍ତି ବାନା
ଆଜିତୁ ବସ୍ତୁରା ଭୂମିଛଡା ହୋଇ
ଖୋଜିବୁଲୁ ନଗ୍ରେନଗ୍ରେ ଦାନା।
ଫେରିଆ ଥରେ ଦେଖ ନେତ୍ରଭରେ
ସେ ଅକ୍ଷୟ କୀରତି ରାଜି
ହସିବ ଉତ୍କଳ ପୁରିବ ତୋ ପୁର
ଅଭାବ ଅନାଟନ ଯିବ ହଜି।
ଜମ୍ବେଶ୍ବରପୁର,ବାଲେଶ୍ବର
ଦୁରଭାଷ -୯୩୩୭୬୮୧୫୨୪
Sent from my Samsung Galaxy smartphone.
0 Comments
You can write now your valuable comments here. Off-topic comments may be removed or deleted without prior notice.