• ଖୋଲା କେଶକୁ ତୋ ଉଡାଇ ଦେଇକି
• ମନ ମୋର କିଣି ନେଉଛୁ,
• କାନ୍ଧକଟା,ପେଟକଟା ପିନ୍ଧି ସତେ
• କେତେ ଯେ ସୁନ୍ଦର ଦିଶୁଛୁ ।।
•
• ବିନା ବସନ୍ତରେ ମଧୂର ମଳୟ
• ତୋ ଦେହ ମଧୂର ବାସନା,
• ମଧୂର କଥାରେ ବଶ କରି ନେଲୁ
• ଆରେ ମୋ ନୀଳ ନୟନା ।।
•
• ହସିଲେ ଅଧରୁ ଜୋଛନା ଝରଇ
• ରାଗିଗଲେ ଆହୁରି ସୁନ୍ଦର,
• ବାଙ୍କ ଚାହାଣୀ ତୋ କିମିଆଁ କରିଛି
• ମନ ପ୍ରାଣ ହୁଏ ଅଧୀର ।।
•
• ମୋ ମନ ମୟୂରୀ ପାରୁନି ମୁଁ ଭୁଲି
• ପ୍ରେମ କଥା ପଦେ କୁହନା,
• ତୋ ପ୍ରିତୀ ସିନ୍ଦୁକ ସୁନା ଫରୁଆ ରେ
• ଆଜି ମୁଁ ଭଅଁର ସିନା ।।
•
• ହସରୁ କବିତା ରାଗରୁ କବିତା
• ଚାଲିରୁ କବିତା ଝରୁଛି,
• ସତେକି ମୋହର ବୟସ ବୈଶାଖେ
• ଏବେବି ବସନ୍ତ ଫେରୁଛି ? ।।
0 Comments
You can write now your valuable comments here. Off-topic comments may be removed or deleted without prior notice.