• ମୁଁ ଏକ ନୂଆ ସୂରୁଜ ର ଛବି
• ପୂଣ୍ୟ ସକାଳ ରେ ଶୁଭ୍ର ଆଲୋକରେ
• ପରାଚି ଗଗନେ ଉଦୟ ହୋଇଛି ଆଜି ।।
•
• ମୋ କଅଁଳ କିରଣ କରି ବିକିରଣ
• ସୈାର୍ଯ୍ୟ,ବିର୍ଯ୍ୟ ଭରି ଦେବି , ମୁଁ ନୂଆ ସୂରୁଜ ର ଛବି
• ଶୁଭ ସଉରଭ ବାସ ଛୁଟୁଥିବ
• ଧରଣୀ ରାଣୀ କୁ , ନୂଆ ରୂପେ ସଜାଇବି
• ମୁଁ ନୂଆ ସୂରୁଜ ର ଛବି ।।
•
• ଭାଙ୍ଗିବି ଅନ୍ଧାର ବିହଙ୍ଗମ ରୋଳେ
• ମଧୁ ମଧୂପ ଗୁଞ୍ଜନ
• ଆହାକି ଭଙ୍ଗୀରେ ବିଚିତ୍ର ଚିତ୍ର ରେ
• ମୋହି ବି ସବୁରି ମନ ,,
• ମୋ କିରଣ ରାଶି ପାଇଁ ବସୁମତୀ
• ରୂପ ପ୍ରକାଶିବ , ଯଥା ଏକ ନୂଆ ଉର୍ବୀ
• ମୁଁ ଏକ ନୂଆ ସୂରୁଜ ର ଛବି ।।
•
• ପ୍ରଭାତ ଶିକର ନବ ଦୂର୍ବାଦଳ
• ଶୀରେ ହୀରାର ଭ୍ରମ
• ମୋ କର ପରସେ ସରଜେ ସରସେ
• କରେ ଚିତ୍ତ ବିନୋଦନ ,,
• ମାନବ ଜାତିର ଶୁଭ ମନାସି ମୁଁ
• ଅଶାନ୍ତ ଦୂରେଇ , ଶାନ୍ତି ର ବାରତା ଦେବି
• ମୁଁ ଏକ ନୂଆ ସୂରୁଜ ର ଛବି ।।
0 Comments
You can write now your valuable comments here. Off-topic comments may be removed or deleted without prior notice.