
ଏଇ
ଆଉ ଟିକିଏ ତେଜି ଦିଅନା..
ତୁମ ଦରଲିଭା ଶରୀର ର ଲାଲ୍ ବତୀ..
ମୁଁ ଭଲକରି ମାପିନିଏ
ତୁମ ପ୍ରେମ ର ପରିସୀମା
ମୋ ଦେହ ର ପରିମିତି..
ନିତିଦିିନ ଆସୁଛ
କେବେ ରଜନୀଗନ୍ଧା ବାସ୍ନା ରେ..
କେବେ ମଲ୍ଲୀ ଫୁଲ ମହକ ରେ..
ଆଉ କେବେ ତ
ମଦ-ମାଂସ ର ନିଶାସକ୍ତ ଗନ୍ଧ ରେ..
ତଥାପି ମୁଁ ହସିଦିଏ
ବହଳ ଲାଲ୍ ରଙ୍ଗ ଦିଆ
ଭେଜାଲ ହସ ଟେ..
ମୋ ହସ ର ନିଆଁ ଝଲକରେ
ତୁମେ ଜଳିବାକୁ ପତଙ୍ଗ ସାଜି ଯାଅ
ପୁଣି କେବେ..
ଦେବରାଜ ରୁ ମହର୍ଷି ଗୌତମ..
ଆଉ
ଶାଖୁଣା ହେଇ ଖୁଣ୍ଟି ଚାଲ
ସବୁକିଛି..
ପତ୍ର-ଡାଳ-ପାଖୁଡା-ଫୁଲ..
ହେଲେ ମୁଁ...??
ପ୍ରେମ ର ଗୂଢ ରହସ୍ୟ
କେବେ ବି ପାଏନା..
ଏବେ ଖାଲି
ପାଷାଣୀ ର ମନ ନେଇ
ପାଷାଣ ସହର ର ପାଷାଣ ଗଳିରେ
ପ୍ରଭୁ ପଦରେଣୁ କୁ ପ୍ରତିକ୍ଷା...
ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର
0 Comments
You can write now your valuable comments here. Off-topic comments may be removed or deleted without prior notice.