
ମିଠା ଦରଜର ଦରଦୀ ବନ୍ଧୁ ମୋ
ଛୁଆଁ ଯା ଯାଇଛୁ ଦେଇ ସେଇ ଛୁଆଁ ଆଜି ଦୀପଶିଖା ପରି
ଛାତିରେ ଜଳୁଛି ରହି,
ତୋ ପାଇଁ ତେଜିଛି ତୀର୍ଥଯାତ୍ରା ମୋର
ଛାଡ଼ିଛି ନିଜ ସହର
ଭୁଲି ଯାଇଛି ମୁଁ ଚୋରା ଚଇତାଳି
ଆଖିଏ ଶ୍ରାବଣ ସାର,
ବଞ୍ଚିଛି ତୋ ପାଇଁ ବେଦୁଇନ ପରି
ଜୀବନ ମରୁରେ ଆଜି
ଆଦିମ ତୃଷ୍ଣା କଣ୍ଠେ ମୋ ସିନା
ଓଠଟା ପାରେନା ଭିଜି
କିଏ ଵାକହିବ ଜୀବନର କେଉଁ
ମୋଡେ ନଉଁଥିବ ସଞ୍ଜ
ହୁଏତ ସେଦିନ ଶେଷ ଦେଖା ପାଇଁ
ହେଉଥିବୁ ସଜବାଜ।।
ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
Writer's Details: ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
Content Category:
Submission Date: Apr 17, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.