"ଅରୁକ୍ଷ" କାବ୍ୟରୁ 'ଟ'ଚମ୍ପୁ ,ରାଗ-ଗୌଡା/ତାଳ-ଝୁଲା
ହେମନ୍ତ କୁମାର ବରାଇ
ଟଙ୍କଧର ସୁତ ଦେବାରି ଅରି ଗୋ ||ପଦ||
ଟଙ୍କିଳ ପଥ ରେ ଜୀବନ ଦେବଙ୍କ ସରି
ମନ ହେଉଥିଲା କେତେ ଘାରି ଗୋ ||
ଟଳମଳ ଧାତାସନ ପରାୟଣ କରି
ବେନି ଜାନୁ କମ୍ପମାନ କରି ଗୋ ||
ଟାଉଟାଉ ବଢି ଶରୀର ରୋଦନ କରି
ଦ୍ୱାଦଶ କର ଚାଳନା କରି ଗୋ ||
ଟାଳିବା କୁ ନାହିଁ ଦେବଗଣରେ ବିଚାରି
ଗଙ୍ଗାକୂଳେ ଦେବଗଣେ ଧରି ଗୋ ||
ଟିକା କରିବା ଆଶ୍ୱିନ ପୂର୍ଣ୍ଣିମା କୁ ବାରି
ଶନିବାରେ ମେଷେ ଥିଲେ ହରି ଗୋ ||
ଟାକିଥିଲା କନ୍ୟା ସଂକ୍ରାନ୍ତି ଦିବସ ବାରି
ପଂଚବିଂଶ ଦିନ ଥିଲା ସରି ଗୋ ||
ଟାକିବା ସାରି ଦେବଗଣେ ସଙ୍ଗତେ ଧରି
ଗଙ୍ଗାତୀରେ ବିଧି ଅବତରି ଗୋ ||
ହେମନ୍ତ କୁମାର ବରାଇ
ରୁଷୁଡା,ବରଗଡ, Mobile: 8917518774
0 Comments
You can write now your valuable comments here. Off-topic comments may be removed or deleted without prior notice.