
• ମଣିଷ କେବଳ
• ଚିନ୍ତା ଚେତନା ର ଉତ୍ସ
• ଆଉ ପଶୁ,ପକ୍ଷୀ,
• ସରିସୃପ ଯେତେ
• ନିର୍ବୋଧ ପ୍ରାଣୀ ଜଗତ ।।
• ସେ ଅଦୃଷ୍ଟ ଶକ୍ତି
• ଅତିବ ବିଚିତ୍ର
• ଭୂମୀ,ଭୂମା, ଚରାଚର
• ଗଗନେ ଅନେକ
• ବୈଚିତ୍ରା ଭାବ
• ଧନ୍ୟ ସେହି କଳାକାର ।।
•
• ଅତି ଚମତ୍କାର
• ପ୍ରକାରେ ପ୍ରକାର
• ଭିନ୍ନେ ଭିନ୍ନ ସାଜିଦେଇ
• ବିଚିତ୍ର ବ୍ରହ୍ମାଣ୍ଡ
• ସରଜି ଦେଇଛ
• ଧନ୍ୟ ବ୍ରହ୍ମାଣ୍ଡ ଗୋସାଇଁ ।।
• ଜୀବନ,ପବନ,
• ପାବକ,ଭୂଧର,
• ଦ୍ରୁମ,ଗୁଳ୍ମ,ତରୁ,ଲତା
• ପ୍ରାଣୀର ଆଧାର
• ଖଞ୍ଜି ଦେଇଅଛ
• ତୁମେ ତ ବିଶ୍ଵ ନିୟନ୍ତା ।।
• ଦିବା,ନିସି,ବାର,
• ଶୁକ୍ଳ, କୃଷ୍ଣ ପକ୍ଷ,
• ମାସ,ଋତୁକୁ ସଜାଇ
• ଅତିବ ମଧୂର
• କର ଇଚ୍ଛାମୟ
• ତୁମେ ଏ ଭରତ ଭୂଇଁ ।।
•
• ତୁମ ଅବଦାନ
• ଦାନ ମହାନତା
• ସ୍ଵର୍ଗୀୟ ଅନୁଭବ
• ଅମୃତ ମୟ
• କରିଛି ଜୀବନ
• ତୁମେ ତେଣୁ ବାଞ୍ଚ୍ଛାକଳ୍ପ ।।
•
• ହେ ଦୟା ସାଗର
• ନକରିବ ପର
• ପ୍ରଫୁଲ୍ଲ ଫୁଲ ଅଞ୍ଜଳି
• ଘେନ ଦୟାମୟ
• ବିଚିତ୍ର ବର୍ଣ୍ଣା
• ଶୁଣ ଦୀନ, ଦୁଃଖୀ ଅଳି ।।
0 Comments
You can write now your valuable comments here. Off-topic comments may be removed or deleted without prior notice.