
ଆମ ପରିବାର ବଣମଲ୍ଲି ଘର
କବିଙ୍କ ମେଳଣ ହୁଏ,ସଭିଏଁ ବାଢ଼ନ୍ତି ଅମୃତ ପସରା
ପିଲାରୁ ଯେ ବୁଢା ଯାଏଁ।
କେତେ ସରଂଚନା ପ୍ରକାଶିତ ହୁଏ
ମନକୁ ଦିଅଇ ଛୁଇଁ,
ଆଖି ବୁଲାଇଲେ ମନ ଭରିଯାଏ
ନାହିଁ ତା ଉପମା ନାହିଁ।
ଭାଷା ସାହିତ୍ୟର ଯେତେକ ତାରକା
ମିଳନ୍ତି ଆସି ଯେ ଏଠି,
ଗୋଟି ଗୋଟି ସବୁ ବଖାଣି ବସନ୍ତି
ଧନ୍ୟ ଧନ୍ୟ ତାଙ୍କ ସୃଷ୍ଟି।
ପ୍ରକାଶିତ ହୁଏ ମ୍ୟାଗଜିନ ବହି
ତାଲିକାରୁ ଶ୍ରେଷ୍ଠ ନେଇ,
ଧନ୍ୟ ଧନ୍ୟ ତୁମେ ସୃଷ୍ଟି କରତା ହେ
ସାହା ହ୍ୟୁନ୍ତୁ ଭାବଗ୍ରାହୀ।
ମୁଁ ପରା ଅଧମ ନାହିଁ ମୋର ଜ୍ଞାନ
ଦାସଙ୍କର ଦାସ ମୁହିଁ,
ହେଇଛି ସଦସ୍ୟ ଏପରିବାରର
ଆନ ପ୍ରୟୋଜନ ନାହିଁ।
Writer's Details: ମିଶ୍ର ହୃଷିକେଶ
ଖଲ୍ଲିକୋଟ, ଗଞ୍ଜାମContent Category:
Submission Date: Apr 21, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.