
ଉପେକ୍ଷିତ ଫୁଲ
ଅସ୍ତିତ୍ବ ମୋ ଥିଲା
ବଣ ଧାରେ......
ସାହିତ୍ୟ ର ଡେଣା
କିଏ ଯୋଡ଼ି ଦେଲା
ଉଡ଼େ ମୁଁ ସବୁରି କଲମ ରେ l
ବାସ ଥିଲା ମୋର
ନିରୁଦ୍ଦିଷ୍ଟ ପୁଣି
ରଙ୍ ଗ ମୋର ଥିଲା ଅପହଞ୍ଚ...
କେଉଁ ସାଧବ ସେ
ବରଣିଲା ମୋତେ
ତନୁରେ ସଜାଡ଼ି
ସୁନା ଛାଞ୍ଚ l
ପାଷାଣୀ ଅହଲ୍ୟା
ହୃଦୟ ନେଇ ମୁଁ
ଥିଲି ଅଭିଶପ୍ତl
ପଥ ଚାହିଁ......
କେଉଁ ବନଚାରୀ
ପାଦ ପରଶ ରେ
ଲଭିଲି ନୂତନ
ଜନ୍ମ ମୁହିଁ l
ବନ ଉପବନ
କୂପ କି କନ୍ଦର
ଯେଉଁଠି ଥିଲେ ବି
ମୋର ପାଶେ
ଗୁଣିକ ର ଆଖି
ଅବଶ୍ୟ ପଡ଼ିବ
ନଥିଲା ମୋ ଭ୍ରାନ୍ତି
ଅବଶେଷେ l
ବିଭୁ ଜନମିଛି
କେଉଁ ମତି ରଖି
ତାରି କଳ୍ପନା
ତାକୁ ଜଣା.....
ବଣ ଫୁଲ ବୋଲି
କର୍ତ୍ତବ୍ୟ ଭୁଲିଲେ
କେଉଁ ପ୍ରଜାତିରେ
ହେବି ଗଣା l
ବାଣ୍ଟି ଦେଉ ଥିବି
ଅକୁଣ୍ଠ ଚିତ୍ତ ରେ
ସାନ ଦେହୁ ମୋର
ସୁନା ବାସ.....
ଦିନ ଚାଲିଯିବ
ଚିହ୍ନ ରହିଥିବ
ନଥିବ କୁକର୍ମ କ୍ଷୀଣ ଲେଶ l
ସୌମ୍ୟ ରଞ୍ଜନ ଦାଶ
ବଲାଙ୍ଗୀର
0 Comments
You can write now your valuable comments here. Off-topic comments may be removed or deleted without prior notice.