
ଧନ୍ଯ ତବ କିର୍ତ୍ତି ମଣି,
ଯୋଗଜନ୍ମା ଆଜି ଯୁଗଯୁଗ ରାଜି
ସଭିଏଁ ତୁମରି ଋଣୀ.
ପିଲାଟି ଦିନରୁ ମଲ୍ଲୀ ଫୁଲ ପରି
ପଲ୍ଲୀର ବିକାଶ ନେଇ,
ବୁଲି ବିଦେଶରେ ମହାନତା ହେଲ
ବିକଶିତ ହ୍ରୁଦ ପାଇଁ.
ସାରି ବାରିଷ୍ଟର ବିଲାତ ମାଟିରେ
ରଖି ଉତ୍କଳର ଟେକ,
ଦଲିଲ ବିଦେଶୀ ପୁଞ୍ଜି ମର୍ଯ୍ୟାଦାକୁ
କଳା ଗୋରା ଭେଦଭାବ.
ଦିନେ ଥିଲା ଦେଶ ପର କରାଗତେ
ଜାଗରୀତ ହେଲ ଯେବେ,
ଅମାପ କଷଣ କେତେ ଯେ ସହିଣ
ଠିଆ ହେଲ ଜନ ଆଗେ.
କୋଟି ଜନତାଙ୍କ ହ୍ରୁଦୟେ ବୁହାଇ
ଦେଶ ପ୍ରୀତି ଲୟ ଭାବ,
ଲାଘବ କରିଲ ଉତ୍କଳ ଜନନୀ
ବିଦେଶୀ ଶାସନ ଦମ୍ଭ.
ଗର୍ବେ ଡାକିଲ ଆସହେ ଜନତା
ଉତ୍କଳ ମାତାର ପାଇଁ,
ଗଢିଲ ସ୍ବତନ୍ତ୍ର ଓଡିଶା ବାହିନୀ
ଉତ୍କଳର ରକ୍ଷା ନେଇ.
କଲ ସତ୍ୟାଗ୍ରହ ହେଲେ ହେ ଆଗ୍ରହ,
କୋଟି ଜନତାଙ୍କ ମେଳି,
ହଟାଇ ଇଂରେଜ ଓଡିଶା ମାଟିରୁ
ସ୍ବତନ୍ତ୍ର ବାହିନୀ ଧରି.
ଓଡ଼ିଆ ପୁଅର ପ୍ରଥମ ଗରବ
ଗୌରବକୁ ମୁଣ୍ଡାଇଲ,
ସ୍ବାଭିମାନ ଦେଇ ଓଡିଶା ମାଟିକୁ
ସ୍ବ ଗୌରବ ସମର୍ପିଲ.
ଧନ୍ଯ ତୁମେ ମଧୁ ଚଖାଇଲ ମଧୁ
ମଧୁ ବର୍ଣ୍ଣବୋଧ ଦେଇ,
ମଧୁ ବରଷିଲା ପଦରୁ ତୁମର
ଓଡିଆଙ୍କ ମାନ ନେଇ.
ଭାଷାର ଭାବନା ଜନେ ସଚେତନା
ଚୀର କାଳ ଗଲା ରହି,
ମାତ୍ରୁଭାଷାର ସ୍ରଷ୍ଠା ଟିଏ ସାଜି
ଉତ୍କଳେ ଅମର ହୋଇ.
ନୁହେଁ ତବ ପଦ ରଜକୁ ମଣ୍ଡନ
ବର୍ଣ୍ଣିବି କି ଗୁଣ ତବ,
ଏତିକି ଅଳି ମୋ
ଓଡ଼ିଶା ମାଟିରେ ଓଡ଼ିଆ ହ୍ରୁଦରେ
ଓଡ଼ିଆ ମମତା ଦେବ.
ବିଷ୍ଣୁ ପ୍ରସାଦ ମିଶ୍ର
0 Comments
You can write now your valuable comments here. Off-topic comments may be removed or deleted without prior notice.