
ଓମେନ୍ସ ଡେ ରେ ମୋ ବନ୍ଧୁ ସବୁ
ପାଉଥିବା ଉପହାର କୁ ପରଖି
ନିରେଖି ଦେଖୁଥିଲି
କେତେ ଗଭୀର ପ୍ରେମ ବୋଲି,
ଦିନ ଯାଇ ରାତି ପରେ
ଅପେକ୍ଷା ରେ ଥିଲି ତୋର
ତୁ ଯେ ଦେଲୁ ଅନ୍ୟ ଦିନ ଅପେକ୍ଷା
ଅଧିକ ସମୟ ଟିକିଏ ଆଳାପ ରେ
ତତେ ହୃଦୟ ରେ ରଖି
ସମସ୍ତଙ୍କ ଉପହାର ଦେଖି ମାପୁଥିଲି
ତୋ ମୋ ପ୍ରେମ ର ଗଭୀରତା..
ମାପୁ ମାପୁ ହଜି ଗଲି
ପ୍ରଥମ ପ୍ରେମ ରେ
ଯେବେ ତତେ ମୁଁ କରିଥିଲି
ନୀରବ ଆଖିରେ,
ତୁ ଯେ ବ୍ୟସ୍ତ ନିଜର
ନିଜତ୍ଵ ରେ ..
ତତେ କହି ବି ନ ଥିଲି
ଭଲ ପାଏ ବୋଲି
ଦେଇ ବି ନ ଥିଲି
ହୃଦ ଦୁଆର ଖୋଲି
ଭାଙ୍ଗିଯିବାର ଡର ରେ
ଝଟକା ର ସାମ୍ନା କରିବାକୁ
ନ ଥିଲା ଯେବେ
ମୋର ସାହସ
ତୁ ଯେ ଅଜାଣତ ରେ
ଆଣିଦେଲୁ
ମୋ ମୁହଁ ରେ ହସ..
ଆଜି ତୁ ଯେବେ ନ କହିଲୁ
ପଦୁଟିଏ
ମନ ମାରି ବସିଥିଲି
ସତେ କି ଫୁଲେଇ ଟିଏ..
ତୋ ମୋ ଭିତରେ
ଥାଏ ବିଶ୍ଵାସ ର
ସୁପ୍ତ ମଜବୁତ
ମୂଳଦୁଆର ସୌଧ୍..
ପରଖି ବାକୁ ଯାଇ
ଫିକା ପଡିଗଲା
ସେ ସବୁ ଉପହାର
ତୋରି ପ୍ରେମ ର ହସ
ଓ ଖୁସି ସାମ୍ନାରେ...
0 Comments
You can write now your valuable comments here. Off-topic comments may be removed or deleted without prior notice.