
ଫେରିଆସ ତୁମେ ଅତୀତ କୁ ଭୁଲି
ଅପେକ୍ଷା କରିଛି ବାଟ
ପୁନରା ଆବୃତ୍ତି କରିବା ପ୍ରେମକୁ
ପଢିବା ପ୍ରେମର ପାଠ ||
ଆସ ତୁମେ ଆସ ପାଖକୁ ମୋ ଆସ
ନାହିଁ କିଛି ବାଡ଼ ବନ୍ଧ
ଦିଅ ତୁମେ କହି ତୁମ ମୁହଁ ଖୋଲି
ମୁ ତୁମ ପ୍ରେମରେ ଅନ୍ଧ ||
ଅନ୍ଧ ଟିଏ ହୋଇ ତୋର ପ୍ରେମ ପାଇଁ
ଚାହିଁ ରହିଛି ମୁ ତୋର ବାଟ
ହଁ ପଦେ କୁହ ପ୍ରିୟ ମୋ ମାନସୀ
ଗଡୁ ଆମ ପ୍ରେମ ରଥ ||
ଚାଲିବା ଝୁଣ୍ଟିବା ଝୁଣ୍ଟିକି ଉଠିବା
ଏହି ପରା ପ୍ରେମ ପଥ
ଟିକିଏ ଟିକିଏ କଥାରେ ରାଗିଲେ
କେମିତି ଚାଲିବା ବାଟ ||
ବାଟବି ତୋବିନା ଅଧୁରା ଲାଗୁଚି
ତୁମେ ନାହଁ ବୋଲି ପାଖେ
ଶୀତଳ ପବନ ବାଜିଲେ ଦେହରେ
ତୁମ ବାସ୍ନା ଟିକେ ଲାଗେ ||
ଆଖି ବୁଜିଦେଲେ ତୁମ ସ୍ମୃତି ଆସେ
ହୃଦୟେ ଖୋଦିତ ଲିପି
ଭୁଲି ଚାଲିଗଲ ଯେବେଠୁ ମୋ ପ୍ରିୟା
ସେ ସ୍ମୃତି ହେଇଚି ଛାପି ||
ଏକା ଏକା ଆଉ ବଞ୍ଚି ପାରିବିନି
ଅନ୍ତରରେ କୋହ ଉଠୁଛି
ଜୀବନ ଠୁ ତୋତେ ଭଲ ପାଏ ବୋଲି
ଫେରିଆସ ବୋଲି କହୁଛି ||
ରମାକାନ୍ତ ବେହେରା
କାନପୁର, ନରସିଂହପୁର, କଟକ
0 Comments
You can write now your valuable comments here. Off-topic comments may be removed or deleted without prior notice.