
• କଥା କୁହା ସେହି ସୁନା ଚଢ଼େଇ ଲୋ
• ଆହା କେଉଁ ଭାଗ୍ୟବଳେ
• ବିଧାତା କିଭାବି ଛାଡ଼ିଦେଇ ଥିଲା
• ଆଣି ଏ ଅଭାଗା କୋଳେ ।।
•
• କେତେ ଯତନରେ ସୁରମ୍ୟ ରମ୍ୟ
• ସୁଦ୍ଧ ସୁବର୍ଣ୍ଣ ପଞ୍ଜୁରୀ
• ଗଢି ଦେଇଥିଲି ସେନେହ ସରାଗେ
• ରଖିଲି ଆଦର କରି ।।
•
• କେତେ ନୂଆ ନୂଆ ଅନୁଭୂତି କେତେ
• ଅଜଣା ନୂଆ ଆନନ୍ଦ
• ପୁରି ଯାଉଥିଲା ମୋ ଘର ସଂସାର
• ତା ଆନନ୍ଦ ଗୀତ ଛନ୍ଦ ।।
•
• ଡଉଲ ଡାଉଲ ଅପରୂପ କାନ୍ତି
• ମନ ନେଉଥିଲା କିଣି
• ଚାଲିଯାଉଥିଲେ ସୁନ୍ଦର ଦିଶଇ
• ଅପାସୋରା ରୂପ ଠାଣି ।।
•
• କେତେ ଆଶା କେତେ ଭରଷା ଥିଲାରେ
• ମୋ ପ୍ରାଣ ପ୍ରୀୟ ଚଢେଇ
• ତୋ ରୂପ,ଗୁଣର ସଉରଭ ମୋଦେ
• କରିଛି କେତେ ବଡେଇ ।।
•
• ନନ୍ଦନ ବନର ଶୁଭ୍ର ପାରିଜାତ
• ଉଦ୍ୟାନ ର ସୁନା ପକ୍ଷୀ
• ଅବତରି ଥିଲା କର୍ମଅବଳରୁ
• କରିଗଲା ନିରିମାଖୀ ।।
•
• ଭାଙ୍ଗି ଦେଲା ସବୁ ଦାରୁଣ ଦଇବ
• ଶୂନ୍ୟ ସୁନାର ପଞ୍ଜୁରୀ
• ଅକାଳରେ ଉଡିଗଲା କେଉଁ ପୁରେ
• ଆଖି କାହିଁ ପାଉନାହିଁ ।।
•
• ଜୀବନ ଟା ଖାଲି ଦୁଃର୍ବିସହ ଦୁଃଖ
• କରି ଚିର ସହଚର
• ଉଡିଗଲୁ ଭୁଲି ଯେତେ ସ୍ନେହ ଶ୍ରଦ୍ଧା
• କରିଦେଲୁ ସାତପର ।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.