
ଏ ସ୍ନେହା...........
ଝିଅଟି ହଠାତ୍ ପଛକୁ ବୁଲି ଚାହିଁ ଉତ୍ତର ଦେଲା , କିଏ ? ଇସ୍ , ଡର ଡର ଆଖି ସହ ଇଂରାଜୀରେ କହିଲି Sorry! ମୁଁ ଯାଣିପାରିଲି ନାହିଁ ଭାବିଲି ମୋ ସ୍ନେହା । ଝିଅଟି ପ୍ରତିଉତ୍ତର ରଖି କହିଲା, "ତୁମର ବୋଧ ହୁଏ ସ୍ନେହା ବୋଲି କିଏ ବନ୍ଧୁ ଅଛନ୍ତି, ଆଉ ତାହାକୁ ଖୋଜି ବୁଲୁଛ ନୁହେଁ ?" କିଛି ସମୟ ପରେ ଅଦୂରରେ ଥିବା ବରଗଛ ଟିଏ ପାଖରେ ଝିଅଟିର ଉତ୍ତର ରଖୁ ରଖୁ ହଜିଗଲି ଅତୀତର ପାହାଡ଼ ପାଖକୁ ।
+୩ ଆଡମିସିୟନ ରେ ସ୍ନେହା ସହ ମୋର ପ୍ରଥମ ଦେଖା । ତାର ଚୋରା ଚାହାଣୀ ଆଉ ସ୍ନୋ ସାମ୍ପୋରେ ବୁଡ଼ିଥିବା ଫର ଫର କେଶ କୁ ଦେଖି ମୋ ହୃଦୟ ସେ ଦିନ ପାଗଳ ହୋଇଯାଇଥିଲା । ଆଡମିସିୟନ ସାରି ରାସ୍ତାରେ ଯାଉଥିବା ବେଳେ କହିଲି , ଆଜ୍ଞା କିଛି ପଚାରିବି ଖରାପ ଭାବିବେନି । ଝିଅଟି କୋମଳ କଣ୍ଠରେ କହିଲା ହଁ କୁହନ୍ତୁ । ମୁଁ ପଚାରିଲି - ତୁମ ନାମ କଣ , ତୁମେ କଣ କର ? ମୁଁ କହି ସାରି ଉତ୍ତର ଆଶାରେ ଚାଲି ବସିଲି ତାର ପାଦରେ ପାଦ ମିଶାଇ ନିର୍ଜନ ମଧ୍ୟାହ୍ନର ରାସ୍ତାରେ । କିଛି ସମୟ ପରେ ଉତ୍ତର ଆସିଲା- ମୋ ନାମ ସ୍ନେହଲତା ବିଶ୍ଵାଳ , ସାଙ୍ଗମାନେ ମୋତେ ଡାକନ୍ତି ସ୍ନେହା । ଆଉ କଲେଜ ପାଖ ଭଡ଼ା ଘରେ ମୋର ବାସ ଏବଂ ରାତିରେ ହୋଟେଲ ରେ ନୃତ୍ୟ କରିବା ମୋର କାର୍ଯ୍ୟ ,ଆଉ ଦିନ ତମାମ ମୋ ଅଧ୍ଯୟନ କ୍ଷେତ୍ରରେ ବ୍ୟସ୍ତ ରୁହେ । ଝିଅଟିର ଉତ୍ତର ଶେଷ ହେଲା ପରେ , ମୁଁ ପଚାରିିଲି ଆଉ ବାପା ମାଆ ! ଝିଅଟି କହିଲା-ବାପା ମାଆ.........
ମୁଁ ପିଲାଟି ଦିନରୁ ଯାଣିନି ସୋ ବାପା କିଏ , ଆଉ ମାଆ କିଏ ? ଅନାଥଶ୍ରମରେ ସାଙ୍ଗସାଥି ସହିତ ବଡ଼ିଛି ଏବଂ ଏହି ଭଡ଼ାଘର ଆଉ ସାଙ୍ଗମାନେ ମୋ ପାଇଁ ସବୁକିଛି । ଏ କଥା ଶୁଣିଶୁଣି କେତେବେଳେ ମୋ ଆଖିରୁ ଦୁଇ ବୁନ୍ଧା ଲୁହ ଖସି ଗଲାଣି ଯାଣିପାରିଲି ନାହିଁ । " ଆଜ୍ଞା ତୁମେ ଏଥର ଯାଆନ୍ତୁ ମୋ ଘର ଆସିଗଲାଣି ମୁଁ ଯାଉଛି -ଝିଅଟି କହି ଚାଲିଗଲା ଭଡ଼ାଘରର ପାଟକ ଭିତରକୁ । ଝିଅଟି ସହିତ କଥା ହୋଇ ମୁଁ ଆମ ହଷ୍ଟେଲର ବହୁତ ଆଗକୁ ଚାଲିଯାଇଥିଲି ବୋଲି ଯାଣିପାରିନଥିଲି ।
ହଷ୍ଟେଲର ୪୮ ନମ୍ବର ରୁମ୍ ରେ ମୁଁ ରୁହେ । ସେ ଦିନ ରାତିରେ ମୋତେ ନିଦ ଆସୁନଥିଲା, ଆଖି ଆଗରେ ନାଚି ଉଠୁଥିଲା ସ୍ନେହାର ମୁହଁ ,ଆଉ ଝଲସି ଉଠୁଥିଲା ସେ କହିଥିବା ଜୀବନର କାହାଣୀ । ସେହି ଦିନଠାରୁ ତାକୁ ଭଲ ପାଇ ବସିଲି ସତ କିନ୍ତୁ ତାହା ପରଠାରୁ ତାକୁ ଆଉ ଖୋଜିପାଇନି ।
କିଛି ବର୍ଷ ପରେ ସେହି ଭଡ଼ା ଘର ରାସ୍ତା ଦେଇ ଆସିଲା ବେଳେ ଚାହିଁଲି ସେହି ଘରକୁ କିନ୍ତୁ ଭଡାଘର ବଦଳରେ ଛିଡ଼ାହୋଇଛି ବିରାଟ ବଡ଼ କୋଠାଘର । ସେ ଘରର ପାଟକ ପାଖରେ ଛିଡ଼ାହୋଇ ଦେଖେତ ଲେଖା ହୋଇଛି " ସ୍ନେହଲତା ଛାତ୍ରୀ ନିବାସ " । ତାହା ପରେ ଘର ଭିତରକୁ ଯାଇ.................
ଧେତ୍ ଠିକ୍ ସମୟରେ ମୋବାଇଲିର ଆଲାରାମ୍ ବାଜି ଉଠିଲା ଆଉ ମୋ ସ୍ଵପ୍ନ ଅଧା ରହିଗଲା ।।
ସୁଦର୍ଶନ ସାହୁ
ଓଡ଼ିଆ ବିଭାଗ ଛାତ୍ର, ଏନ୍ ସି କଲେଜ , ଯାଜପୁର
0 Comments
You can write now your valuable comments here. Off-topic comments may be removed or deleted without prior notice.