
ଭାରତ ମାଆ ର ଛାତି ରୁ ଝରୁଛି
ଲହୁ ନୟନ ରୁ ଲୁହ
କୋଟିକୋଟି ନର ନାରୀ ଙ୍କ ପ୍ରାଣ ରେ
ଆକୁଳ ବିକଳ କୋହ ।।
ଶହୀଦ ହୋଇଲେ ଦେଶର ଯବାନ
ମନ ପ୍ରାଣ ଆତ୍ମା କାନ୍ଦେ
ସହୋଦର ହୋଇ ଶତ୍ରୁ ସାଜଇ
ଆତଙ୍କବାଦ ର ଫାନ୍ଦେ ।।
ସେଭଳି ଦେଶ କୁ ବିଶ୍ୱ ଜାଣନ୍ତି
ହୋଇ ଯେବେ ପଡୋଶୀ
ହୋଇଥିଲା ଦିନେ ଟୁକୁରା ଭାରତ
କଷ୍ଟ ସହି ,ହସି ହସି ।।
ଭାଗ ହୋଇଥିଲା ଦୁଇଦେଶ ଦିନେ
ଇସଲାମ ଓ ହିନ୍ଦୁ ରାଷ୍ଟ୍ର
ସଚା ମୁସଲମାନ କୋରାନ ଜାଣେନା
କରାଏ ସଭିଙ୍କୁ ସନ୍ତସ୍ତ୍ର ।।
ସାମ୍ୟବାଦ କୁ ଭୁଲି ପାଲଟିଛି
ବର୍ବରତା ପଣ ରେ
ସମ୍ମୁଖ ଯୁଦ୍ଧ ରେ ମୁହଁକୁ ଲୁଚାଇ
ବାରୁଦ ଫିଙ୍ଗେ ପଛରେ ।।
ଉରି ପରେ ଭୟାବହ ଏ ଘଟଣା
ଆର୍ତ୍ତ ସ୍ୱର ଗୁଞ୍ଜରେ
ଆବାଜ ଉଠଇ ବଦଲା ଦେଶ ରେ
ଉଷ୍ମ ରକ୍ତ ଧମନୀ ରେ ।।
ବଳିଦାନ ଆମ ଯବାନ ଭାଇ ଙ୍କ
ନ ଯାଉ କେବେ ବୃଥାରେ
ପଶୁ ପଣିଆ ର ସୀମା ଟପେ ଯିଏ
କ୍ଷମା ଦିଅନା ତାହାରେ ।।
ଫିଙ୍ଗିଦେଇ ସବୁ ଆବେଗ ସଂଭ୍ରମ
ଗୀତା ଜ୍ଞାନ ଅନୁସାରେ
କୃଷ୍ଣ ଅର୍ଜୁନଙ୍କ ସମ୍ବାଦ କୁ ସ୍ମର
ମହାଭାରତ ଯୁଦ୍ଧରେ ।।
କେତେ ଆଲୋଚନା କେତେ ବୈଠକ
କରୁଥାନ୍ତୁ ସରକାର
ଥରେ ମାତ୍ର ଖାଲି ଆଇନ କରନ୍ତୁ
ସଂଘାତ କର ଏନକାଉଣ୍ଟର ।।
କର ଅବା ମର ନୀତି କୁ ଆଦରି
ନିଅ ସେନା ଭାଇ ବେଗେ
ମଥାନ ରୁ ପାଣି ବଢି ତ ଗଲାଣି
ଅପେକ୍ଷା କାହାକୁ ତେବେ ? ।।
ଶୋଣିତ ରାଜ୍ୟ ରେ ହୁରି ପଡିଲାଣି
ବୁହାଇବାକୁ ଶତ୍ରୁ ରକ୍ତ
ନୀରବ ରେ ଆଉ ବସି ରୁହ ନାହିଁ
ଅହିଂସା ଶାନ୍ତି ର ଦୂତ ।।
ସିପ୍ରା ନାମତା (ନମ୍ରତା)
ତୁଳସୀଚୌରା, ବାରିପଦା, ମୟୁରଭଞ୍ଜ
0 Comments
You can write now your valuable comments here. Off-topic comments may be removed or deleted without prior notice.