
ଆସ ଆସ ବୀର ପୁତ୍ର ଶ୍ରୀ ଅଭିନନ୍ଦନ ,
ଚାରି ଆଡେ ଶୁଭେ ତୁମ ବୀରତାର ଗାନ II
ଗର୍ବ କରେ ଆଜି ଆମ ମାଟି ହିନ୍ଦୁସ୍ତାନ,
ଭାରତ ମାତାର ତୁମେ ଯୋଗ୍ୟ ଯେ ସନ୍ତାନ II
ଶକତି ସାହସ ଆଉ ମନୋବଳ ତୁମ ,
ଉପସ୍ଥିତ ବୁଦ୍ଧି ଆଉ ସଚ୍ଚୋଟତା ଗୁଣ II
ଧର୍ଯ୍ୟ ଆଉ ପରାକ୍ରମେ ତୁମେ ତେଜିଆନ ,
ତୁମର ସାହସ କେତେ ଜାଣିଲା ପାକିସ୍ତାନ II
ଭୟଭୀତ ହୋଇ ନାହଁ ଶତ୍ରୁର ମାଟିରେ ,
ଦେଶ ଦ୍ରୋହୀ ହୋଇ ନାହଁ କାହାର ଚାପରେ II
ପ୍ରମାଣ କରିଛ ତୁମେ ଭାରତୀୟ ସେନା ,
ହାରେ ନାହିଁ ଡରେ ନାହିଁ ନ କରେ ବାହାନା II
ହସି ହସି ଦେଶ ପାଇଁ ପ୍ରାଣ ଦିଏ ସିଏ ,
କର୍ତ୍ତବ୍ୟରେ ଅବହେଳା ନ କରେ କେବେହେଁ II
ଦେଶ ସେବା ଅଟେ ତୁମ ଧର୍ମ ଆଉ କର୍ମ,
ଦେଖିଲେ ଜାଣିଲେ ସର୍ବେ କେତେ ଯେ ମହାନ II
ତୁମେ ଆମ ଗଉରବ ତୁମେ ସ୍ୱାଭିମାନ ,
ତୁମେ ସମସ୍ତଙ୍କ ପାଇଁ ହେଲ ଉଦାହରଣ II
ଉଜ୍ଜଳ ଭବିଷ୍ୟ ତୁମ କରୁଛୁ କାମନା ,
ସୁସ୍ଥ ରୁହ ଖୁସି ରୁହ ଆହେ ବୀର ସେନା II
ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର
0 Comments
You can write now your valuable comments here. Off-topic comments may be removed or deleted without prior notice.