
• ଶିବ ଶଙ୍କର ବମ୍ ବମ୍ ଭୋଳା ,
• ଦେବ ମହାଦେବ କୈଳାଶେଶ୍ଵର
• ଶିବ ଶଙ୍କର ,,
•
• ମସ୍ତକେ ବିରାଜେ ମୁଗ୍ଧା ସତୀ ଭାଗିରଥୀ
• ସୁଭ୍ର ସ୍ଵତ୍ସ ଧାରେ କଳକଳ ସ୍ଵରେ ନିତି
• ଝରଝର ଝରେ, ଚନ୍ଦ୍ର ମଉଳି , ଚନ୍ଦ୍ରଶେଖର , ଶିବଶଙ୍କର ।।
•
• ସୂର୍ଯ୍ୟ, ଚନ୍ଦ୍ର, ଅଗ୍ନି ତ୍ରୀନେତ୍ର ଜ୍ଵତି ଝଲସେ
• ତ୍ରୀପୈ।ଣ୍ଡକ ପୁଣି ଅଙ୍କିତ କପୋଳ ଭାଗେ ,
• ଜଟା ଜୁଟଧାରୀ ଦିବ୍ୟ ତ୍ରୀଶୂଳ, ଡମ୍ବରୁଧର, ଶିବଶଙ୍କର ।।
•
• ବିଷଧର ଫଣି ଭୂଷଣ, ରୁଦ୍ରାକ୍ଷ ମାଳ
• ନୀଳକାନ୍ତ ମଣୀ ମଣ୍ଡିତ ହେ ମହେଶ୍ୱର
• ଅସ୍ଥିମାଳ ଭୂଷା ସର୍ପ ର ହାର,ହେ ସର୍ପେଶ୍ଵର,ଶିବଶଙ୍କର ।।
•
• ଭଷ୍ମ ବିଲେପିତ ଗଉର ଶୁଭ୍ର ମୂରତୀ
• ଚର୍ମ ପରିହିତ ସୁନ୍ଦର ଅପୂର୍ବ କାନ୍ତି
• ନୀଳକଣ୍ଠ ବିଷ ଭୂଷଣ ଈଶ୍ଵର , ହେ ଘୃଷ୍ମେଶ୍ଵର, ଶିବଶଙ୍କର ।।
•
• ଧାତୁରା,ଗୟଶ, ଅର୍କ ପୁଷ୍ପ ବିଲ୍ଵପତ୍ର
• ଧୁର୍ଜଟି,ଗିରିଶ ଅର୍ପଣେ ହୁଅହେ ତୃପ୍ତ
• ଜାଗର ଜାଳି ମୁଁ ଜଣାକରୁଅଛି, ଦିଅହେ ବର, ଶିବଶଙ୍କର ।।
•
• ହେ ବୃଷଭ ଧ୍ଵଜ ଶ୍ମଶାନ ବିହାରୀ ରୁଦ୍ର
• ନଟି ନଟରାଜ ତ୍ରୟମ୍ଵକ,ଭୀମ,ଉଗ୍ର
• ଦୀନ,ହୀନ କବି ପ୍ରଫୁଲ୍ଲ ଡାକଇ , ହେ ପାର୍ବତୀ ବର, ଶିବଶଙ୍କର ।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.