
ପବିତ୍ର ଫଗୁ ଦଶମୀରେ ଯେବେ ଥାପ ପାଦ
ମୋ ଓଡିଶା ମାଟିରେ
ବୈଷ୍ଣଵ ଧର୍ମ କରେ ସାଦର ନିମନ୍ତ୍ରଣ
ସାଥିରେ ନେଇ ଆସିଥାଅ ରତୁରାଜ ବସନ୍ତ
ଅସୀମ ପୁଲକ ଶକ୍ତିରେ କରି ଶକ୍ତିମନ୍ତ
ଧାରାରେ ଉପୁଜାଅ ନବୀନ ଶିହରଣ। ।।
ରେ ରାଜଦୋଳ
କିଏ କହେ ତୁମେ ନବଜାତ ଶିଶୁ
ତୁମେ ପରା ଆଠ ଶହ ବର୍ଷର କର୍ମମୟ ଜୀବନରେ
କଲ ପଦାର୍ପଣ
କେତେବେଳେ ପଞ୍ଚ,ଛଅଦୋଳ
କେବେ ବା ନଅ ଦଶ ଦୋଳ
ପବିତ୍ର ବିମାନର ରଙ୍ଗୀନ ରଂଗମଂଚକୁ
ବାଛିନିଅ ସ୍ୱପ୍ନର ଆସ୍ଥାନ।
ରେ ଅନ୍ତରଙ୍ଗ ଦୋଳ
ତୁମେ ପାରମ୍ପରିକ ସୌହାର୍ଦ୍ଦ୍ୟର ପରିଚାୟକ ପର୍ବ
ତୁମେ ବି ହିନ୍ଦୁ ସଂସ୍କୃତିର ଦୀପ୍ତିମନ୍ତ ପ୍ରତୀକ
ଯେବେ ଲୁଚି ଲୁଚି ମାରିଦିଅ ମୁଚୁକୁନ୍ଦ ହସ
ଗାଁ,ଗୋଷ୍ଠୀ,ବ୍ୟକ୍ତି ହ୍ୱନ୍ତି ପୁଲକିତ
ସ୍ନେହ ପ୍ରେମର ମନ୍ଦିରରେ ଜାଳନ୍ତି
ସୌହାର୍ଦ୍ଦ୍ୟର ଅଖଣ୍ଡ ଦୀପ।
ହେ ବିଷ୍ଣୁପ୍ରାଣା ହିନ୍ଦୁଗଣ
କରୁଛୁ ସ୍ୱାଗତ
ଭକ୍ତି ପ୍ରେମର ଚାରା କରି ଉଜ୍ଜୀବିତ
କୃଷ୍ନ ପ୍ରେମର ନବ ତରୁ କର ପଲ୍ଲବିତ
ଏ ହିନ୍ଦୁଧର୍ମର ଆହ୍ୱାନ
ହୃଦୟରୁ ଝରାଅ,ଝଲସାଅ
ରାଧା କୃଷ୍ଣଙ୍କ ଅମୃତ ଜୟଗାନ।।
ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର
0 Comments
You can write now your valuable comments here. Off-topic comments may be removed or deleted without prior notice.