
ହେଇଗଲି ସାମ୍ବାଦିକ
ଫେସ୍ ବୁକୁରେ ସମୟ ସାରିଲି
ଚିହ୍ନିଗଲେ କେତେ ଲୋକ ।
ପ୍ରେମ ପୀରତିରେ ଉବୁଟୁବୁ ହେଲି
ହ୍ଵାଟ୍ସଆପ ଛୁଇଁ
ଭିଡ଼ିଓ କଲ ଅଡିଓ କଲ
ଏ ଆଖିକୁ ନିଦ ନାହିଁ ।
ୟୁଟୁବ ରୁ ଅଭିନେତା ହେଲି
ଟିକଟକ ରୁ ହିରୋ
କେତେ ନୂଆ ନୂଆ ଖଣ୍ଡି ଗୀତ ଗାଇ
ହେଇଗଲି ମୁଁ ସିଙ୍ଗର ।
ଫୋନ ଖାଇଲା ସବୁ ସମୟକୁ
କା ସାଥେ ବନ୍ଧୁତା ନାହିଁ
ମେସେଜ ମେଲ ଚଲୋଉ ଚଲୋଉ
କେତେ ରାତି ଗଲା ପାହି ।
ହିରୋ କରୁ କରୁ ଏଇ ଫୋନଟା
କରିଦେଲା ମୋତେ ଜିରୋ
ହେ ମୋବାଇଲ ଯାଅ ଯାଅ ଦୂରେ
ତୁମକୁ ଦୂରୁ ଜୁହାର ।
ସିଦ୍ଧେଶ୍ଵର ତ୍ରିପାଠୀ
0 Comments
You can write now your valuable comments here. Off-topic comments may be removed or deleted without prior notice.