
ମନ ମୋ ଅଧିର ହୁଏ
ପିରତି ଆଶାରେ ଦିନ ଓ ରାତିରେ
ପ୍ରିୟା ମୁହଁ ଝୁରୁଥାଏ । ୧
ଫୁଲର ମହକ ପ୍ରେମର କୁହୁକ
କରେ ମୋତେ ଆନ ମନା
ପ୍ରିୟା ବୁଝେ ନାହିଁ ମନ କଥା ମୋର
ତା ପାଇଁ ନିଦ ଆସେନା । ୨
ତା କଥା ମଧୁର ଚାହାଣି ସୁନ୍ଦର
ଗୋଟିଏ ଚାଉଳେ ଗଢା
ପ୍ରେମ ପରିଭାଷା ବୁଝୁ ନାହିଁ ସିଏ
କହେ ପିରତି ଅଲୋଡା। ୩
ସୋରିଷ ଫୁଲର ଦେହ ରଙ୍ଗ ତାର
ଓଠ ଗୋଲାପ ପାଖୁଡ଼ା
ରାଜହଂସ ପରି ଚାଲେ ଢ଼ଳି ଢ଼ଳି
ଗଭା ତା ଫୁଲର ତୋଡା । ୪
ନୂଆଁ ଯଉବନ ଖୁସି ତାର ମନ
ଜାଣିବି ଅଜଣା ହୁଏ
ପାଗଳ ଭଁଅର ପରି ପାଖେ ତାର
ନିଇତି ମୁଁ ଘୁରୁ ଥାଏ । ୫
ଟୁକୁନା ସାହୁ
ସାନ୍ତରା ପଲ୍ଲୀ
ଗଞ୍ଜାମ
0 Comments
You can write now your valuable comments here. Off-topic comments may be removed or deleted without prior notice.