
ଡ଼ହ ଡହ ଖରା ଜାଳେ ଯେବେ ଧରା
ମୁଁତ ଜଳେ ବିରହରେ
କା ଓଠ ଛୁଆଁରେ ତୁମେ ହସୁଥାଅ
ମୋ ଆଖିରୁ ଲୁହ ଝରେ ।
ଏ ବରଷା ଯେବେ ଝରେ ଝରଝର
ଭିଜାଏ ତୁମରି ଦେହ
ବଦଳିଲା ପରେ ତୁମରି ଠିକଣା
ଶୁଖିଯାଏ ମୋର ମୁହଁ ।
ଶେଷରେ ଶୀତରେ ମନେ ପଡ଼ିଯାଏ
ସେଇ ତୁମ ମିଠା ଗୀତ
ସାତପର କରି ଚାଲିଗଲ ତୁମେ
ଧରିନେଲ କାହା ହାତ ।
ତୁମେ ଗଲାପରେ ସବୁ ପରିବେଶ
ମୋତେ ବିଷ ବିଷ ଲାଗେ
ଦରପୋଡା ମନ ଏଭଙ୍ଗା ହୃଦୟ
ପ୍ରେମରୁ ଟିକିଏ ମାଗେ ।
0 Comments
You can write now your valuable comments here. Off-topic comments may be removed or deleted without prior notice.