
ଜୀବନରେ ମୋର ଅଚାନକ ଆସି
ପ୍ରେମ ରଙ୍ଗ ଥିଲୁ ମାଖି
ସେଇ ରଙ୍ଗ ଯେବେ ଛଡେଇ ନେଲୁତୁ
ଲୁହରେ ଭିଜିଲା ଆଖି ।
ଗହନ ରାତିରେ ଶୁଣେଇ ଥିଲୁତୁ
କେତେ ପ୍ରୀତିବୋଳା ଗୀତ
କହିଥିଲୁ ମୋତେ ସାତ ଜନମକୁ
ଧରିନେବୁ ମୋର ହାତ।
କଥା ଦେଇଥିଲୁ ସବୁ ଭୁଲିଗଲୁ
ସମୟ ରହିଲା ସାକ୍ଷୀ
ସେଇ ରଙ୍ଗ ଯେବେ ଛଡେଇ ନେଲୁତୁ
ଲୁହରେ ଭିଜିଲା ଆଖି ।
ଫଗୁଣରେ ଛାତି ଫାଟିଲା ସଜନୀ
ତୋର ପଦେକଥା ଶୁଣି
ଯେଦିନ କହିଲୁ ଆଉକାହା ପାଇଁ
ସାଜିବୁ କନିଆ ରାଣୀ ।
ମୋ ନାଁ ଲିଭେଇ ସୁହାଗ ସିନ୍ଦୂରେ
କାହା ନାଁ ଦେଲୁ ଲେଖି
ସେଇ ରଙ୍ଗ ଯେବେ ଛଡେଇ ନେଲୁତୁ
ଲୁହରେ ଭିଜିଲା ଆଖି ।
ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା
0 Comments
You can write now your valuable comments here. Off-topic comments may be removed or deleted without prior notice.