
ବିଜୟନଗର ଜଙ୍ଗଲୁ ପାସ
ଭଞ୍ଜ ରାଜାର ଘୋଡ଼ା ଅଦୃଶ୍ୟ ,
ହୋଇତାଙ୍କ ମନ ବ୍ୟସ୍ତ
କେମନ୍ତ ଯିବେ କେନ୍ଦୁଝରଗଡ଼
ଭାଳେ ତାଙ୍କ ମନଚିତ୍ତ ,
ଦେଖି ଏକ ବରଗଛ ତା ପାସେ ମାତ
ହସ ମୁଖେ ରାଜାକୁ ଚାହିଁ
କୁହନ୍ତି କ'ଣ ହେଲା ଭଞ୍ଜ ,
ମମତା ମୟୀ ମା ତାରିଣୀ
ମମତା ମୟୀ ମା ତାରିଣୀ ।
ଭଞ୍ଜ ରାଜେ ପୁଛିଲେ ତୁମ୍ଭେ କିଏ
ମାତା ଉତ୍ତେ କହିଲେ
ମୁଁ ଶାଳ ର ଦେବୀ ଯେ ,
ଆଣ୍ଠୁମାଡ଼ି ପଦେ ପଡ଼ି
ଭଞ୍ଜ ସୁମରିଲେ
ମୋ ଗଡ଼ ଚାଲହେ ,
ମମତା ମୟୀ ମା ତାରିଣୀ
ମମତା ମୟୀ ମା ତାରିଣୀ ।
ମା ଉତ୍ତେ ରଖୀଲେ ତୁମ୍ଭେ ଆଗେ ଚାଲିବ ଯେ
ପଛ ଧାରକୁ ନଚାହିଁ
ନ ହେଲେ ମୁଁ ରହିଯିବି ଅଧା ବାଟେ ଚାହିଁ ,
ଏମନ୍ତ ସର୍ତ୍ତ ଶୁଣି ଭଞ୍ଜ ରାଜା ଅବାକ୍
କହିଗଲେ ଭଞ୍ଜ ବୁଝି ମୁଁ ପାରିନି ମାତ ,
ମମତା ମୟୀ ମା ତାରିଣୀ
ମମତା ମୟୀ ମା ତାରିଣୀ ।
ମାତ ହସ ମୁଖେ କହିଲେ ହେ ଭଞ୍ଜ
ମୋ ପଞ୍ଜୁକ ପାଉଁଜି ବାଜୁଥିବ ବାଟ ଯାକ
କିଛି ବାଟେ ଯଦି ନ ଶୁଭେ ତତେ
ପଛକୁ ମେଲୁଣି ଦେବୁନି ,
ମମତା ମୟୀ ମା ତାରିଣୀ
ମମତା ମୟୀ ମା ତାରିଣୀ ।
ଯଦି ସେହି କ୍ଷଣେ ଦେବୁ ତୁ ଅନାଇଁ
ରହିଯିବି ସେଇ ସ୍ଥାନେ ,
ଯେତେ କରୁଣା କରି ଅଶ୍ରୁ ଝରେ ବି
ଯିବିନି ତୋ କେନ୍ଦୁଝରଗଡ଼େ ,
ମମତା ମୟୀ ମା ତାରିଣୀ
ମମତା ମୟୀ ମା ତାରିଣୀ ।
ଭଞ୍ଜ ରାଜ ହସ ମୁଖେ ଠିକ୍ ଅଛି ମାତେ
ଚାଲୁଅଛି ମୁଁ ଆଗେ
ଆପଣ ଆସନ୍ତୁ ମୋ ମାର୍ଗେ ,
ମମତା ମୟୀ ମା ତାରିଣୀ
ମମତା ମୟୀ ମା ତାରିଣୀ ।
ହଠାତ୍ ଏକ ଜାଗେ ନ ଶୁଭେ ମାତା ପଞ୍ଜୁକ ପାଉଁଜି
ରାଜା ଭୟ ଭୀତ
ମନେ ଭାଳିଲେ ମାତା ରହିଗଲେ କି ଅନ୍ୟ ଜାଗ ,
ମମତା ମୟୀ ମା ତାରିଣୀ
ମମତା ମୟୀ ମା ତାରିଣୀ ।
ନିଜ ମନ ଭୟ ଦୂରୀ କରିବା ନତେ
ରାଜା ଭଞ୍ଜ ଚାହିଁଲେ ମେଲି ,
ମାତା ଅଦୃଶ୍ୟ ହୋଇ ଯେ
ଏକ ଶାଳ ବୃକ୍ଷେ ହେଲେ ଜାଗି ,
ମମତା ମୟୀ ମା ତାରିଣୀ
ମମତା ମୟୀ ମା ତାରିଣୀ ।
ଦେଖି ରାଜା ମୁଖେ ଦୁଃଖ ର ଆତଙ୍କ
କାହିଁକି କରିଲି ମୁଁ ଏମନ୍ତ ବିଚାର ,
ବିଚାରେ ମୁଁ ଏତେ ମୂଢ ଯେ
ଭୁଲିଗଲି ମାତା ବାଣୀ ,
କେମନ୍ତ ମୁଁ ନେଇ ପାରିବି
ମା କୁ ମୋ ସଙ୍ଗେ ଘେନି ,
ମମତା ମୟୀ ମା ତାରିଣୀ
ମମତା ମୟୀ ମା ତାରିଣୀ ।
ମାତା ହସ ମୁଖେ ଦୃଶ୍ୟ ହୋଇ
କହିଲେ ହେ ଭଞ୍ଜ
ତୋ ଗଡ଼ ର କିଲ୍ଲାରେ
ତୋ ମୋର ଆବିର୍ଭାବ ,
ମମତା ମୟୀ ମା ତାରିଣୀ
ମମତା ମୟୀ ମା ତାରିଣୀ ।
ଏ ଶାଳ ବଣ ତୋ ମୋ ପୀଠ
ଛୁଟି ଆସିବେ କେତେ ଭକତ ,
ସଭିଏଁ ଜାଣିବେ ମୁଁ କେନ୍ଦୁଝରଗଡ଼ ରାଣୀ
ଘଟଗାଁ ର ମୁୁଁ ମା ତାରିଣୀ ,
ମମତା ମୟୀ ମା ତାରିଣୀ
ମମତା ମୟୀ ମା ତାରିଣୀ ।
ଭଞ୍ଜ ରାଜ ହସ ମୁଖେ
ରଚେ ହେଲେ ଆଗତ ,
କେନ୍ଦୁଝରଗଡ଼େ କହିଗଲେ ହେ ପ୍ରଜାଜନ
ମୋ ମା ଅଛନ୍ତି ସେହି ସ୍ଥାନ ,
ଛୁଟି ଚାଲ ହେ ପୂର୍ଣ୍ଣ
ତୁମ ଆଖିର ସପନ ,
ମମତା ମୟୀ ମା ତାରିଣୀ
ମମତା ମୟୀ ମା ତାରିଣୀ ।
ଏମନ୍ତ ରାଜାଙ୍କ ବାକ୍ୟ
ଛୁଟି ଚାଲିଲା ଅନେକ ରାଜ୍ୟ ,
ବହୁ ଅଞ୍ଚେ ରାଜ୍ୟେ ପ୍ରଜାଜନ ରଥ
ଶାଳୁଆ ବଣଯେ ହେଲା ମନରଥ ,
ମମତା ମୟୀ ମା ତାରିଣୀ
ମମତା ମୟୀ ମା ତାରିଣୀ ।
ସ୍ୱପ୍ନେ ଭଞ୍ଜ କୁ ଦେଲେ ଉପଦେଶ
ମଙ୍ଗଳବାର ମୋ ପ୍ରିୟ ବ୍ରତ
ଯେ କରିବ ତାହା ପାଳନ
ତା ସଂସାର ହେବ ଧନ୍ୟ ,
ମମତା ମୟୀ ମା ତାରିଣୀ
ମମତା ମୟୀ ମା ତାରିଣୀ ।
କହିଗଲେ ମାତ ପ୍ରିୟ ପୁଷ୍ପ
ସଂସାର ଘରଣୀ ମୁଖେ ଥାଏ ତା ରକ୍ତ
ସେ ରକ୍ତ ଗର୍ଭେ ମୋ ପୁଷ୍ପ
ତାକୁ ପାଇଲେ ମୁଁ ହୁଏ ସନ୍ତୁଷ୍ଟ ,
ମମତା ମୟୀ ମା ତାରିଣୀ
ମମତା ମୟୀ ମା ତାରିଣୀ ।
ଭଞ୍ଜ କହିଲେ ମୁଁ ବୁଝିବାକୁ ଅସମର୍ଥ
ମାତା ବଇଲେ ସେତ ମନ୍ଦାର ,
ଭଞ୍ଜ ରାଜ ହସ ମୁଖେ କହିଲେ
ମୋ ବାଡ଼ିରେ ନାଲି ମନ୍ଦାର
ପ୍ରତିଦିନ ଦେବି ତୁମ ଗଳାରେ ହାର ,
ମମତା ମୟୀ ମା ତାରିଣୀ
ମମତା ମୟୀ ମା ତାରିଣୀ ।
ମାତା କହିଲେ ପୂର୍ଣ୍ଣ ହେଉ ତୁମ ଭାବ
ସଦେବ ରହିବ ମୋ ଇତିହାସ ର ପାଦ ଚିହ୍ନ ,
ସଭିଏଁ ଜାଣିବେ ମୁଁ ଭକ୍ତ ର ଚାତୁଯ୍ୟ
ତୁମେ ରାଜା ଧନ୍ୟ ,
ମମତା ମୟୀ ମା ତାରିଣୀ
ମମତା ମୟୀ ମା ତାରିଣୀ ।
ମାତା ଦୃଶ୍ୟ ଭବେ କହିଲେ
ଭଞ୍ଜ ମତେ ମାଟି ଘୋଡ଼ା ଆଣିଦିଅ ,
ମୁଁ ଯେ ବୁଲିବି ତୋର ସବୁ କିଲ୍ଲା
ତା ସଙ୍ଗେ ପୃଥିବୀ କୂଳ ,
ମମତା ମୟୀ ମା ତାରିଣୀ
ମମତା ମୟୀ ମା ତାରିଣୀ ।
ଏହା ଶ୍ରବଣି ଭଞ୍ଜ ରାଜ ସଙ୍ଗେ ଶୀଘ୍ରେ ଘେନିଲେ
ଯୋଡ଼ିକ ଘୋଡ଼ାର ସହଗ ,
ମାତା ଦେଖି ଆନନ୍ଦିତ
କହିଲେ ଭଞ୍ଜ ତୁତ ପ୍ରକୃତ ଭକ୍ତ ,
ମମତା ମୟୀ ମା ତାରିଣୀ
ମମତା ମୟୀ ମା ତାରିଣୀ ।
ଭଞ୍ଜ ରାଜ ଦୂତ କହିଗଲେ ସାରା ଜଗତ
ମାତାଙ୍କ ପ୍ରିୟ ଜିନିଷ ,
ଭକତ ମେଳରେ ଭଉଁରୀ ଛାଟ
ସଭିଙ୍କ ମନ ଛଉକ ,
ମମତା ମୟୀ ମା ତାରିଣୀ
ମମତା ମୟୀ ମା ତାରିଣୀ ।
ଛୁଟି ଆସିଲେ ଭକତ ମେଳି
ମଙ୍ଗଳବାର ଭିଡ଼ ,
କିଏ ଆଣିଛି ନାଲି ଶଙ୍ଖା
କିଏ ଆଣିଛି ନାଲି ମନ୍ଦାର ,
କା ହାତେ ଯେ ଯୋଡ଼ିକ ଘୋଡ଼ା
କା ହାତେ ବାଡ଼ି ନଡ଼ିଆ ,
ସଭିଙ୍କ ଭଲପାଇବା ଦେଖି
ମା ଆନନ୍ଦ ଲଭା ,
ମମତା ମୟୀ ମା ତାରିଣୀ
ମମତା ମୟୀ ମା ତାରିଣୀ ।
କିଏ କରିଲା ମାନସିକ
କିଏ କରିଲା ବ୍ରତ ,
ଏମନ୍ତ ଚାଲି ରହିଥିବ
ମା ର କୃପା ରଥ ,
ମମତା ମୟୀ ମା ତାରିଣୀ
ମମତା ମୟୀ ମା ତାରିଣୀ ।
ନାମ - ଶିବାଶିଷ ନାଏକ (ଓଡ଼ିଆ ସମ୍ମାନ ଛାତ୍ର)
ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ , କେନ୍ଦୁଝର
ଘର - ଜଘିଂରା, ଜିଲ୍ଲା - କେନ୍ଦୁଝର
0 Comments
You can write now your valuable comments here. Off-topic comments may be removed or deleted without prior notice.