
ଏ ରାତି ନୁହଁ ଏକ ସାଧାରଣ ରାତ୍ରୀ,
ଶିବ ପାର୍ବତୀଙ୍କର ମଧୁମୟ ବିବାହ ରାତ୍ରୀ
ଫଗୁଣର ଦିନ ଚଉଦ
କିବା ଏ ମାସର ତେର ତମ ପବିତ୍ର ରାତି
ଦିଏ ହିନ୍ଦୁ ଅନାବିଳ ସମ୍ମାନ ମହେଶ୍ୱରଙ୍କୁ
ଶୀତର ବିଦାୟ ବିଚ୍ଛେଦେ
କିବା ଗ୍ରୀଷ୍ମର ଅୟମାରମ୍ଭର ଅବ୍ୟବହିତ ପ୍ରସ୍ତୁତି ପୂର୍ବରୁ
ପାଳୁ ସର୍ବେ ଭକ୍ତି,ପ୍ରେମ,ଆକାଂକ୍ଷାର
ମହାମହିମ ମହାଶିବରାତ୍ରୀ।
ହିନ୍ଦୁଙ୍କ ହିନ୍ଦୁତ୍ୱର ଶଙ୍ଖ ଫୁଙ୍କା ପରବ ଏ
ଅବିଳମ୍ବେ ଘୁଞ୍ଚାଇବ ଅନ୍ଧାର,ଅଜ୍ଞାନତା
ସ୍ମରି ହର-ରାତ୍ରୀ କିବା ହେ ରାତ'
କହି କହି, ଆସ ବାବା ଭୋଳନାଥ
ଘେନ ମୋ ଅର୍ଘ୍ୟ,ଅର୍ପଣ
କରୁଛି ବ୍ରତ ଉପବାସ
ସମର୍ପୁଛି ସାଧନାର ସଜ ପରଶ
ଦିଅ ପ୍ରାଣେ ଭରି ସାଧୁତା କ୍ଷମା
କର ସଭିଙ୍କ ଉନ୍ନତି
ଦୂର କରି ଯେତେ କ୍ଷତି
ସାଜି ବୈଦିକର ଚିର ବାର୍ତ୍ତାବହ।
ସଭିଏଁ ଜାଳନ୍ତି ଜାଗର ହୋଇ ସଜାଗ
କରି ତ୍ୟାଗ ଜାଗରଣ
କରି ତପ, ଜପ,ଅନନ୍ୟ ଯୋଗ
ତୁଣ୍ଡେ ଧରି ଓଁ ନମଃ ଶିବାୟ
ଉଠୁ ସେ ଅଖଣ୍ଡ ଅଲିଭା ଦୀପ
ବିନାଶ କରୁ ମହାପାପ
ପୁଣ୍ୟ ଧର୍ମର ସ୍ରୋତରେ ଭସାଉ
ଜୀବନ ନଉକା
କାମନାର ପାରାବର ଚମକି ଉଠୁ,
କୋଳକରି ଭକ୍ତି ବିଶ୍ୱାସର ତରଙ୍ଗରେ
ପୂର୍ଣ୍ଣକରି ମନ କାମନା
ମହାକାଳରାତ୍ରୀ ପାଲଟିଯାଉ
ମହାସଫଳର ରାତ୍ରୀ।
ନାରାୟଣ ଚନ୍ଦ୍ର ସେନାପତି
ସମ୍ପାଦକ, ସୁନ୍ଦର ମୋ ଭାଷା ସାହିତ୍ୟ
ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର
0 Comments
You can write now your valuable comments here. Off-topic comments may be removed or deleted without prior notice.