
ଝିଅଟିଏ
ବନ୍ଧନର ସିଏ
ଖିଅଟିଏ
କନ୍ୟାରତ୍ନ
ଯତନ ତାହାକୁ
ନେଦେଇ ପାରିଲେ
ଏ ଜଗତର
କିଏ ନେବ ଯତ୍ନ ?
ହସରେ ଝିଅର
କେତେ ଗାଥା
ଲୁହରେ ତାର
ଭାରି ବ୍ୟଥା
ଯାତନାର ଯେତେ
ବଡ ମାନଚିତ୍ର
ଝିଅ ଜୀବନର
ସବୁ ସୂଚୀପତ୍ର ||
ସୁରକ୍ଷାର କଥା
ଯେତେବି କହିଲେ
ତଥାପି ହୁଏ
ସିଏ ନିର୍ଯାତିତ ||
ଜଗତ ହାତରେ
କନ୍ୟାମାନ
ସୁରକ୍ଷା ତାହାକୁ
ଦେଇ ନପାରିଲେ
ଜଗତଟା ହୁଏ ହୀନିମାନ |
ଜଗତ ସ୍ନେହରେ
କନ୍ୟା ହସୁ
ହସରେ ତାର
ବିଶ୍ୱ ହସୁ |
ସନ୍ତୋଷ କୁମାର ମହାନ୍ତି
ନବଜୀବନ ସମାଜ, ସଫା, କଟକ-୭୫୪୦୨୨
ଚଳମାନ-୯୭୭୭୭୬୬୩୪୬
0 Comments
You can write now your valuable comments here. Off-topic comments may be removed or deleted without prior notice.