
ଆଜିକାଲି ମଧୁମାସରେ କାହିଁ
ମଳୟ ପବନ ଆସୁନାହିଁ କି,
ସେ ପବନରେ ମାଦକତା ନାହିଁ,
ଅଛି ଖାଲି ସ୍ଵାର୍ଥପରତାର ଦୂଷିତ
ଭଣଭଣ ପବନ,
ରହି ରହି ତାନପୁରାରୁ ଶୁଭୁଛି
ବେସୁରା ରାଗିଣୀ,
ବଦଳି ଯାଇଛି ଗୋଲାପ ର ରଙ୍ଗ,
ଉଡିଯାଇଛି ରଜନୀଗନ୍ଧାର ବାସ,
ନା ମନରେ ଆସୁଛି ଉନ୍ମାଦନା
ନା ଅଫୁରନ୍ତ ଆନନ୍ଦ।
ଚାରିଆଡେ ଶୂନ୍ୟତା ଆଉ ଶୂନ୍ୟତା।
ହଜି ଯାଇଛି ସବୁ କିଛି ର ଠିକଣା,
ଯିବା ର ରାସ୍ତା ଥିଲେ ବି
ଆସିବାର ସବୁ ରାସ୍ତା ଅବରୋଧ।
ମନ୍ଦ ମଧୁର ମଳୟ ଖାଲି
ଦାନ୍ତ ନିକୁଟି ଖତେଇ ହେଉଛି।
ହାହାକାର, ଶୂନ୍ୟତା ଅଶାନ୍ତିର
ଦାବାନଳରେ ,
ଜୀବନ ଗୁଡା କ୍ଷତବିକ୍ଷତ ।
ଏଇତ ଜୀବନ ...।
ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ଵର
0 Comments
You can write now your valuable comments here. Off-topic comments may be removed or deleted without prior notice.