
• ଜାଗି ଉଠିଅଛି ଭାରତୀୟ ପ୍ରାଣ ଭାରତ ମାତାର ଜୟ
• ଜୟ ଜୟ କର ଜବାନ, କିଷାନ, ବିଜ୍ଞାନୀ ଭାରତୀ ଜୟ ।।
• ପ୍ରତି ପ୍ରାଣେ ପ୍ରାଣେ କୁହୁଳି ଉଠୁଛି ଆଜି ସେ ଦୁଃଖଦ ଦିନ
• ସହିଦ୍ ହୋଇଲେ ପୁଲୁବାମା ଠାରେ ଯେଦିନ ଭାରତ ସୈନ ।।
•
• ବୀରଗତି ଲଭି ମାଳ ମାଳ ଶବ ସହିଦ୍ କଫିନ୍ ଯାତ୍ରା
• ଭାରତୀୟ ବୀର ଦେଖି ତା ଦେହରେ ଫୁଟିଯାଇଥିଲା କଣ୍ଟା ।।
• ଫୁଟିଉଠିଥିଲା ବୀରର ରକତ ଅଶ୍ରୁ ବଦଳରେ ଲହୁ
• ଶପଥ ନେଇଛି ଜାତୀୟ ଜୀବନ ତ୍ରୀରଙ୍ଗା ମୋ ଉଡୁଥାଉ ।।
•
• ସହିଦ୍ ଘରଣୀ ଈଶ୍ଵରୀ ଶକ୍ତି ତା ହୃଦୟ ର କୋହ ନିଆଁ
• ଅବୋଧ ଶିଶୁ ର ଇଶ୍ଵରୀୟ ଜ୍ୟୋତି ପ୍ରସାଦ ତୋ ପାଇଁ ସାହା ।।
• ଆଗେଇ ଚାଲରେ ଜାଗ୍ରତ ହୁଅ ମୋ ଦେଶ ଯୁବକ ବଳ
• ଦୁର୍ଗା, ପାର୍ବତୀ, ରାଣୀ ଲକ୍ଷ୍ମୀବାଈ ସାଜ ମୋର ମାତୃକୁଳ ।।
•
• ଆତଙ୍କ ବାଦର ବିରୁଦ୍ଧେ ଲଢେଇ ଆତଙ୍କି ଜାତୀୟ ଶତ୍ରୁ
• ଭାରତୀୟ ବୀର ଧୁର୍ଜଟି ,ଅଗ୍ନି ଜାଳିବ ତୃତୀୟ ନେତ୍ରୂ ।।
• ବୀର ସହିଦ୍ ର କଫିନ୍ ଉପରେ ଅନେକ ଝରିଛି ଅଶ୍ରୁ
• ନଟରାଜ ନୃତ୍ୟେ ଜାଳିଦିଅ ବୀର ବର୍ଷୁ ରେ ଅଗ୍ନି ବର୍ଷୁ ।।
•
• ଶାନ୍ତିର ବାର୍ତ୍ତା ପ୍ରସରେ ଏ ଦେଶୁ ବୁଦ୍ଧ, ଜଇନର ଦେଶ
• ବିବେକାନନ୍ଦ, ନେତାଜୀ ସୁବାଷ ଗାନ୍ଧୀ (ରଚି) ବିଶ୍ଵ ଇତିହାସ ।।
• ଅହିଂସା ଆମର ପରମଧର୍ମ ରେ ସତ୍ୟର ଜୟଗାନ
• କରେ ଭାରତୀୟ ଭାତୃତ୍ତ୍ଵ ବନ୍ଧନ ଅଟେ ଭାରତୀୟ ଧର୍ମ ।।
•
• ସବୁ ସହିବାର ପ୍ରତିବଦଳରେ ସହିଦ୍ ର ଉପହାର
• ବିଶ୍ଵ ଦରବାର ଦେଖି ସ୍ତବ୍ଧ ହେଲା ଆତଙ୍କିର କାରବାର ।।
• ଶାନ୍ତି, ମୈତ୍ରୀ, ଅହିଂସା ଭୂଖଣ୍ଡ ବିଶ୍ଵେ ଭାରତବର୍ଷ
• ଆସ ବିଶ୍ଵବାସି ମୋ ଭାଇ ଭଉଣୀ ଆତଙ୍କ ହେଉରେ ଶେଷ ।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.