
କେଜାଣି କାହିଁକି ଆଜି
ତୁମ ଉପରେ ମୋର ଭାରି ରାଗ ହୁଏ...???
ପ୍ରଭୁ ଯାହା ଯାହା କଲ ସବୁ ଠିକ ଥିଲା
ଆକାଶ-ସାଗର,ନଦୀ-ଝରଣା, ପଶୁ -ମଣିଷ, ଗଛ -ଲତା
କିନ୍ତୁ ଜିନିଷ ଠିକ ହେଲାନି
କାହିଁକି ଆମକୁ ଭୋକ ଦେଲ
ଏଇ ଭୋକ ଅଛି ବୋଲି ତ ଜୀବନରେ
ଏତେ ଯାତନା ଅଛି
ଏତେ ବେଦନା ଅଛି
ଦୁର୍ବାର ଭୋକ ର ଦାଉ ପାଇଁ
ନ୍ୟାୟ -ଅନ୍ୟାୟ,ଅଧର୍ମ -ଧର୍ମ ସବୁ ଭୁଲିଯାଉ
ଏ ଦୁନିଆରେ ର ଯେତେ ପାଠ
ଭୋକ ପାଇଁ ସବୁ ନାଟ।
ପ୍ଲଟ -ନ ୮୩(ସି),ଆମ୍ରପଲ୍ଲୀ
ଭୁବନେଶ୍ୱର-୨୧, ମୋ-୯୩୩୮୫୮୪୮୫୭
0 Comments
You can write now your valuable comments here. Off-topic comments may be removed or deleted without prior notice.