
ବସନ୍ତ ବିଳପେ ବିଜନେ ଲୁଚି ବସି
ଶୋଭା ଶିରୀ ମୋର ସର୍ବ ଯାଇଛି ଗୋ ହଜି .
ପାଦପକୁ ପଦାଘାତ କରେ ଯେଣୁ ନର
ପତତ୍ରିଣ କୁଜନ ସୁର ନୁହେଁ ଶୁଭିବାର
ମଳୟ ମରିଛି ବିଷ ଧୂମ ଗନ୍ଧେ ଭିଜି
ମିତର ଅହିତେ ବହି ନ ପାରିବି ଆଜି
ଧରା ପରେ ଅବତରି କି କରିବି ମୁହିଁ
ଉତ୍ସୁକେ ସଭିଏଁ ଥିବେ ମୋ ବାଟ ଅନାଇ
ଶୁଷ୍କଏଇ ଦେହ ମନ ଶୁଷ୍କ ଏ ପରାଣ
ଏ ରୂପେ ନ ହେଉ ମୋର ଧରାବତରଣ
ଋତୁରାଜ ରଙ୍ଗହୀନ ହେବ ଯେବେ ଭବେ
ହାରିଛି ବିଭବ ଭବ ବୋଲିବେ ସରବେ
ମରତେ ମିଶିବ ମାନ ମୋ ସାଥେ ତାହାର
ସେ ଲାଗି ଏ ବସନ୍ତ ରୁ ବରଷୁଛି ଧାର
ଅଧ୍ୟାପିକା ସସ୍ମିତା ମିଶ୍ର
ମହାନଦୀ ବିହାର ମହିଳା ମହାବିଦ୍ୟାଳୟ, କଟକ
0 Comments
You can write now your valuable comments here. Off-topic comments may be removed or deleted without prior notice.