Ad

header ads

ଅଭିନନ୍ଦନ ବୀର ଯବାନ - ସଦାନନ୍ଦ ସାହୁ


ହେ' ଅଭିନନ୍ଦନ  ସୁଯୋଗ୍ୟ ସନ୍ତାନ
      ମାଆ ଭାରତୀର ପୁତ୍ର
ଅମ୍ଳାନ ପ୍ରତିଭା  ଅଲିଭା ଏ'ଗାଥା
      ମହା ସଂଘର୍ଷର  ମିତ୍ର  ! !

 ବୀରତ୍ଵର ଚିତ୍ର  କଲହେ ପ୍ରତୀତ
      ବିମୋହିତ  ସାରା ଵିଶ୍ଵ
ଶତ୍ରୁ ଦେଶପକ୍ଷ  ହୋଇଲା ଆଶ୍ଚର୍ଯ୍ୟ
      ଦେଖିତୁମ  ଦେଶପ୍ରେମ   ! !

ଆକାଶ ବିଭାଷ  ଦୀପ୍ତିମାନ ତେଜ
      ବାୟୁସେନା   କର୍ଣ୍ଣଧାର
ଦୁଃର୍ଯ୍ୟୋଗ ବଶତଃ ଫଶିଗଲ ସତ୍ୟ
        ନରମି ନଥିଲା ସ୍ଵର  ! !

 ଶତ୍ରୁନାଶ ପରେ   ଯାନ୍ତ୍ରିକ ତୃଟିରେ
      ଜଳିଗଲା ତୁମ ଯାନ
ଦୃଢ ମନୋବଳ କଲହେ  ପୋଷଣ
      ଏ'ଦୃଶ୍ୟ   ମହାନଧନ   ! !

ଆକାଶ ଛତ୍ରିରେ ଆସିଲ ସଅଳେ
        ବୀରତ୍ଵର ଗାଥା ଗାଇ
ପାକିସ୍ଥାନ ହୀନ ଦେଲାହେ' କଷଣ
       ଗୁପ୍ତ ତଥ୍ୟ ନେବାପାଇଁ  ! !

ପ୍ରମାଣ ଆଭାଷ   କରିଦେଲ ନଷ୍ଟ
       ବିଚଳିତ  ହେଲ ନାହିଁ 
ଦେଶ ମାତୃକାର ସୁରକ୍ଷାଟା ବଡ଼
      ସହଜେ  ପାରିଲ କହି  ! !

ଆଘାତ ପ୍ରହାର  କଲା ପାକିସ୍ଥାନ
        ରକତେ ଭିଜିଲ ଧନ
ସର୍ବଦେଶବାସୀ ଦେଲେହେ ସାବାସି
        ତୁମେହିଁ    ବୀରଅର୍ଜୁନ  ! !

ଫେରିବ ନିଶ୍ଚିତ  ହେ'ପରାଣ ମିତ
       ସର୍ବକୁଶଳରେ   ଆଜ
ମଙ୍ଗଳ କାମନା କରୁଚି ଏଦେଶ
      ସ୍ଵାଗତରେ  ସଜବାଜ  ! !

 ବନ୍ଧନ ମୁକତି  ମନ୍ଦିରରେ ବତୀ
      ଜାଳୁଚି  ସାରା ଭାରତ
ହେ' ଅଭିନନ୍ଦନ  ସର୍ବଜନ ମିତ
      ଝୁରୁଚି  ସରାଗେ  ମାତ   ! !

ସୁରକ୍ଷିତ ଭାବେ  ଆସିବ ଭାରତେ
       ଚାପ ଛାପ ଭାରତର  ,
ବୈଦେଶିକ ଚାପ ବଢିବଢ଼ି ଚାଲେ
       ପାକିସ୍ଥାନ   ଥରହର  ! !

ମହାନ ଯବାନ ବାୟୁସେନା ଧନ
       ଶତ ଶତ ପ୍ରଣିପାତ  ,
ଓ୍ଵାଘା ସୀମାନ୍ତର ପାଦଦେଲେ ତୁମେ
       ପ୍ରତୀକ୍ଷାର ହେଵଅନ୍ତ  ! !

ଅଭିନନ୍ଦନର   ଶୁଭେଚ୍ଛା  ପରବ
       ପାଳିବ ଭାରତ ଆଜ
ଖୁସିହେବେ ମାତ ଖୁସି ହେବେ ବାପ
      ଅଭିତୁମେ   ଚିର ସୂର୍ଯ୍ୟ  ! !

ସଦାନନ୍ଦ ସାହୁ
ଧୁରୁଷିଆ, ଆଠଗଡ, କଟକ 

Post a Comment

0 Comments