Ad

header ads

ଅତୀତର ଯନ୍ତ୍ରଣା - ସନ୍ତୋଷ କୁମାର ମହାନ୍ତି



ଏତେ ଆପଣାର ପରେ
ଯେବେ ଦୂରେଇଗଲ
ଅଭିମାନରେ ଜାଳି
ମୁ ଲୁହ ପିଉଥିଲି
ତୁମେ ଦୂରେଇଯିବାର
ଦିନ ଯେତେ ବଡୁଛି
ଦୂର ପରବତ
ଦୂର ବନ୍ଧୁ ଭଳି
ଆମ ସମ୍ପର୍କର ସୁନ୍ଦରତା
ସେତେ ବଢୁଛି
ସ୍ମୃତିକୁ ଉଖାରିଲେ
କୋହ ବଢୁଛି ||
କିନ୍ତୁ ହୃଦୟର
ଗଭୀରତମ ପ୍ରଦେଶରେ
ତୁମକୁ ସାଇତି ରଖି
କ୍ଷମାବି ଦେଇଛି
ଶେଷ ନିଦ୍ରା ପୂର୍ବରୁ
ମୁ ଥରୁଟିଏ
ତୁମକୁ ଭେଟିବାକୁ ଚାହୁଁଚି |

ନବଜୀବନ ସମାଜ, ସଫା, କଟକ-୭୫୪୦୨୨
ଦୂରଭାଷ - ୯୭୭୭୭୬୬୩୪୬

Post a Comment

0 Comments