
ଟୋପା ଟୋପା ନିହାରିକା
ମନ ଗହନ ରେ, ଚୋରି ଚୋରି ଘାରେ
ଅପୁରା ପ୍ରେମ ପିପାଷା
ଆଶା......
ମତୁଆଲା ଅଭିଳାଶା।।
କେଶ ଝଟକାଇ ଛାଟି ଦିଅ ଯେବେ
ଗୁଛ ସମୁଚ୍ଚ କୂଚ କୁ
ଘୋଟି ଯାଏ ଅବା ଘନ ଘନ ମାଳେ
ଆଚ୍ଛାଦି ଗିରି ଉଚ୍ଚ କୁ
ଉଚ୍ଚାଟ ମୋ ମନ ଲଭିବାକୁ ତୁମ
ପରଶ କୁହୁକ ମିଶା।।
ଆଶା............
ମତୁଆଲା ଅଭିଳାଶା।।
ଦର୍ପଣେ ଅର୍ପଣ ତୋ ରୂପ ଲାବଣ୍ୟ
ସନ୍ତର୍ପଣେ ମୁଁ ନିହାରେ
ମାନେନା ବାରଣ ପିପାଶୀ ନୟନ
ରୂପ ରସେ ରସିବାରେ
ଅଙ୍ଗେ ଅଙ୍ଗେ ଭରି ଅନଙ୍ଗ ଦହନ
ଜଗାଏ ପରଶ ଆଶା।
ଆଶା...........
ମତୁଆଲା ଅଭିଳାଶା।।
ପ୍ରେମ ସୁଧା ଶିକ୍ତ ଅଧର ଆରକ୍ତ
ଅଧିର କରେ ଧିର କୁ
ଧୀରେ ମାରେ ଧରି ନୟନ କଟାରୀ
ଚିରି ମରମ ଧାର କୁ
ରତୀ ପତି ମତି ବିଚଳିତ ଦେଖି
ରୂପ ଲାବଣ୍ୟ ମଞ୍ଜୁଷା,
ଆଶା........
ମତୁଆଲା ଅଭିଳାଶା।।
ଡାଲିମ୍ବ ର ରସ ନେସି ଗଣ୍ଡେ ଦେଶେ
ଅଳପ ଲାଜେ ରଂଜେଇ
ଖଞ୍ଜି ଦେଲା ଅବା ପୁଞ୍ଜେ ରକ୍ତ ଜବା
ରଙ୍ଗ କୁ ଯତନେ ବିହୀ
ନାରଙ୍ଗୀ ତରଙ୍ଗେ ରଙ୍ଗୀ ତରଙ୍ଗିଣୀ
ବଢ଼ାଏ ବହୁ ପିପାଷା,
ଆଶା........
ମତୁଆଲା ଅଭିଳାଶା।।
0 Comments
You can write now your valuable comments here. Off-topic comments may be removed or deleted without prior notice.