
ଜୀବନ ର ଚକା ଗଡି ଗଡ଼ି ଯିବାବେଳେ,
ଅନେକ ମୁହଁ ଆସି ହସେଇ ଦିଏ..
ହେଲେ ଗୋଟେ ମୁହଁ ଆସିକି
ବାରବାର ଚମକେଇଦିଏ..
ମୋର ଶିରପ୍ରଶିରା ସହ
ହୃଦୟ ର ତଂତ୍ରୀ ସବୁ କୁ..
ଏଠିକି କେମିତି ଆସିଲା ଯେ
ଖୋଜୁ ଖୋଜୁ ବୋକା ପାଲଟି ଯାଏ
ଅବଚେତନ ରେ..
ଆରେ ସତେ ତ ଏଇ ମୁହଁ
ବାରବାର ଚମକେ
ହସ ର ଫୁଆରା ରେ..
ଇଚ୍ଛା ହୁଏ ଯାନ୍ତି ହସି ଦେବାକୁ
ମନ କଥା ସବୁ ଖୋଲି କହିଦେବାକୁ
ହେଲେ ନା..
ଡାକିଡାକି ଥକି ଗଲା ପରେ ବି
ଅଟକେ ନାହିଁ
ପଛକୁ ଫେରି ଚାହିଁ ମୁରୁକି ହସେ
ସେଇ ମୋର ପ୍ରିୟ ମୁହଁ ଟି..
ଆରେ ରହ ରହ କହି କହି
ପଛେ ପଛେ ଯାଏ ଯେତେ
ପଛେଇ ଯାଏ ମୁହିଁ..
ନୀରବ ରେ ଫେରି ଆସୁ ଆସୁ
କାହାର ମୃଦୁ ହସ ରେ
ଯେବେ ଆସେ ମୁଁ ଚେତନ ଅବସ୍ଥା କୁ..
ଥିଲା କଣ ଏ ସବୁ ସ୍ବପ୍ନ
ଥିଲା କଣ ସବୁ ମିଛ
ନା....
ମୋବାଇଲ ଖୋଲି ଦେଖେ ମୁଁ
ଅନେକ ମେସେଜ ଭିତରେ
ଖୋଜେ ମୁଁ ତାରି
ସେଇ ଭାବ ଭରା ଡାକ..
ଆରେ ହଁ
ସେଇ ହସ ହସ ମୁହଁ ଟି
ଦେଇଛି ମୋତେ ପିଙ୍ଗ ଟେ
କୋଉଠେ କାହିଁକି କେମିତି ଲୋ
କାହିଁ ଗଲ ବୋଲି କହି..
ଭାବ ର ଆବେଗ ରେ ଛନ୍ଦି ହେଇଯାଏ
କାହିଁ ପାଇଁ..
କେଜାଣି .
ହେଇପାରେ ସେ ବନ୍ଧୁତ୍ଵ ନା
ଆଉ କିଛି ଟିକେ ଆଗକୁ
ପ୍ରେମ ପୂର୍ଣ ବନ୍ଧୁତ୍ଵ
ଯୋଉ ଥିରେ ନ ଥାଏ
ସନ୍ଦେହ ର ଅବକାଶ..
ସ୍ମିତା ତ୍ରିପାଠୀ
ମାର୍ଫତ ଦୁର୍ଗା ପ୍ରସାଦ ତ୍ରିପାଠୀ
ରାମେଶ୍ଵର ସାହି, ପୋଷ୍ଟ - ଖଲାରୀ, ଜିଲ୍ଲା - ଅନୁଗୋଳ
0 Comments
You can write now your valuable comments here. Off-topic comments may be removed or deleted without prior notice.