
ତୁମେ ଜୀବନର କେଉଁ ପଂକ୍ତି
କେଉଁ ଯତିପାତେ ଗଢା
ତୁମ ଭାବଭାଷା ଶ୍ରବଣ ମାତ୍ରକେ
ପୂର୍ଣ୍ଣ ମୋ ଜୀବନ ବେଢା ॥
ନା ତୁମେ ବ୍ୟାକରଣର ସନ୍ଧି ପର୍ବ
ନା ତୁମେ ଚତୁର୍ବିଂଶତିସଂହିତା ପବିତ୍ର କାବ୍ୟ
ନା ତୁମେ ଦ୍ରୋପଦୀର କାରୁଣ୍ଯର ସ୍ବର
ନା ତୁମେ ଅହଲ୍ୟା ଅଭିଶପ୍ତ ପଥର ॥
ନା... ନା... ନା...
ଏହା ବୋଧେ ମୋ ପାଇଁ ତୁମ ଅନ୍ତସ୍ବର ॥
ଚିଦାନନ୍ଦ ଦେହୁରୀ, ସଂସ୍କୃତ ଶିକ୍ଷକ
ଠାକୁର ଗଡ ଉଚ୍ଚ ବିଦ୍ୟାଳୟ, ଠାକୁର ଗଡ
ସଦସ୍ୟ - ତ୍ରିଧାରା ସାହିତ୍ୟ ସଂସଦ,ବଇଣ୍ଡା
0 Comments
You can write now your valuable comments here. Off-topic comments may be removed or deleted without prior notice.