
ଚାଲ ଆମେ ଲଢେଇ କରିବା
ସୀମା ପାଇଁ ନୁହେଁ ବରଂ
ମାଟି ସହିତ ଲଢେଇ କରି
ଦ୍ଵି ମୁଠା ଅଧିକ ଅମଳ କରିବା....
ଆହୁରି ବେଶୀ ଲଢେଇ କରବା ଆସ
ବହି କାଗଜ କଲମ ସହିତ ଯେମିତି
ବେଶୀ ବେଶୀ ଜ୍ଞାନ ସଞ୍ଚୟ କରି
ଆସନ୍ତା ପିଢ଼ି ଉପରେ
ମନ ଇଚ୍ଛା ଖର୍ଚ୍ଚ କରି ପାରିବା.....
ଯଦି ଲଢେଇ କରିବାର ଅଛି
ତେବେ ଲଢ ନା କିଏ ମନା କରୁଛି
ନିଜ ବିବେକ ସହିତ ଆଉ
ମାନବିକତାକୁ ମଜ୍ ବୁତ୍ କର
ଦେଖିବ ମନ ତଳେ ଥିବା
ହିଂସା କୁ କବର ଦେଇ ପାରିବା....
ଇଚ୍ଛା ସହ ଲଢେ଼ଇ କରିବା ଆସ ନା
ପ୍ରତିଯୋଗିତାର ବନ୍ଧୁକ ଧରି
ବୀର ଦର୍ପ ରେ ଆଗେଇ ଯିବା
ସଫଳତା ଆଡକୁ ବାଟରେ
ଦାରିଦ୍ରତାକୁ ପ୍ରତିହତ କରିବା....
ଅନ୍ୟାୟ ଅତ୍ୟାଚାର ସହ ଲଢ଼ି
ଜେହାଦୀ କୁ ତଡି ଦେବା ସୀମା ରୁ
ସ୍ନେହ ମମତାର ପାଚେରୀ ଟିଏ
ଠିଆ କରିବା ଯେମିତି
ଏପଟେ କଣ୍ଟା ମାଡିଲେ
ସେ ପଟେ ଉଃ ଶୁଭିବ ଆଉ
ସେପଟେ ଲୁହ ଝରିଲେ
ଏ ପଟୁ ଆହା କହିବା....
ଘୃଣା ସବୁକୁ କହି ଦିଅ
ଆତ୍ମ ସମର୍ପଣ କରି ଦିଅନ୍ତୁ
ସ୍ନେହ ମମତା ନିକଟରେ
ଧର୍ମ କୁ କହିଦିଅ
ତୁମେ ସୀମିତ ରୁହ ତୁମ ଜାଗାରେ
ମାଟିକୁ କୁହ ତୁମେ ସମସ୍ତଙ୍କର
ଆଉ ଶହୀଦ ଶବ୍ଦ କୁ ଏବେ
ବିଶ୍ରାମ ଦିଅ ଶବ୍ଦ କୋଷରେ
ଦେଖିବ ବାଟ ବଣା ଶାନ୍ତି ଟା
ଫେରିବ କେମିତି ହାତ ବଢ଼େଇ
ଆମେ ତାକୁ ସହଜରେ
ନିଜର କରି ପାରିବା....
ଗୋପାଳ ଚନ୍ଦ୍ର ସାଓ
ଦେଉଳି, ମୟୂରଭଞ୍ଜ
0 Comments
You can write now your valuable comments here. Off-topic comments may be removed or deleted without prior notice.